ଆଇସିଏସ୍‌ଇ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସାମିନେସନ୍‌(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରି ଏଜୁକେସନ(ଆଇସିଏସ୍‌ଇ) ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରଥମ ପେପର୍‌ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହୋଇଛି। ଓଡ଼ିଶାର ୯୮ଟି ବିଦ୍ୟାଳୟର ୭ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ପରୀକ୍ଷାର ସୁପରିଚାଳନା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ରାୟଗଡ଼ା, ବାଲେଶ୍ୱର, କଟକ ପରି ବିଭିନ୍ନ ଜୋନ୍‌ରେ ପରୀକ୍ଷା କେନ୍ଦ୍ର ହୋଇଛି। ଭୁବନେଶ୍ୱର ଜୋନ୍‌ରେ ଥିବା ୯ଟି ବିଦ୍ୟାଳୟର ୮୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ନାମ ପଞ୍ଜୀକରଣ କରିଥିବାବେଳେ ଆଜି ସେମାନଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ରହିଛନ୍ତି। ଏହି ଜୋନ୍‌ର ପରୀକ୍ଷାର୍ଥୀଙ୍କ ଲାଗି ୮ଟି ପରୀକ୍ଷା କେନ୍ଦ୍ର ହୋଇଛି। ସେଥିରୁ ଭୁବନେଶ୍ୱରରେ ୫ଟି ପରୀକ୍ଷା କେନ୍ଦ୍ର ହୋଇଥିବା ଖୋର୍ଧା ଓ ଜଟଣୀରେ ବି ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଥମ ଦିନର ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବା ଭୁବନେଶ୍ୱର ଜୋନ୍‌ର ଆବାହକ ବସନ୍ତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର