ମଞ୍ଚେଶ୍ବରରେ ଉଚ୍ଛେଦ: ଭଙ୍ଗାଗଲା ଦୋକାନ ଓ ହୋଟେଲ୍

ଭୁବନେଶ୍ବର: ମଞ୍ଚେଶ୍ବର ଅଞ୍ଚଳରେ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ମିଳିତ ଉଚ୍ଛେଦକାରୀ ଦଳ ପକ୍ଷରୁ ଓରେଡା ନିକଟରେ ରାସ୍ତାକୁ କବ୍‌ଜା କରି ବେଆଇନ ଭାବେ ଗଢ଼ି ଉଠିଥିବା ଦୋକାନ ଓ ଅସ୍ଥାୟୀ ହୋଟେଲଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଇଡକୋ ପକ୍ଷରୁ ଏହି ବେଆଇନ ଉଚ୍ଛେଦକୁ ହଟାଇବା ପାଇଁ ଚିଠି ଦିଆଯାଇଥିଲା। ପୂର୍ବ ଘୋଷଣା ଅନୁସାରେ ଆଜି ଉଚ୍ଛେଦକାରୀ ଦଳ ଗୋଟିଏ ବୁଲଡୋଜର୍‌ ସହାୟତାରେ ଓରେଡା ନିକଟରେ ପହଞ୍ଚିଥିଲେ। ସେଠାରେ ବାଉଁଶ ଓ ପଲିଥିନ୍ ଘେରା ୩୬ଟି ଦୋକାନ, ୯ଟି କ୍ୟାବିନ୍, ୮ଟି ଟିଫିନ୍ ଷ୍ଟଲ, ୫ଟି ହୋଟେଲ ଓ ୪ଟି ସାଇନ୍ ବୋର୍ଡକୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ସ୍ଥଳରେ ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର