ଭୁବନେଶ୍ବର : ଖଣ୍ଡଗିରି କସ୍ମୋପଲିସ୍ ଆପାର୍ଟମେଣ୍ଟର ୪ ଫ୍ଲାଟ୍କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଠାରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟ ଭିତରକୁ ବାହାର ଲୋକଙ୍କ ଯିବା ଆସିବା ଉପରେ ବିଏମ୍ସି କଟକଣା ଲଗାଇଛି। କୌଣସି ସମସ୍ୟା ପାଇଁ ଏଠାକାର ବାସିନ୍ଦାମାନେ ୱାର୍ଡ ଅଫିସର୍ ଜେଡ୍ ଆବେଦିନ୍ଙ୍କୁ ଯୋଗାଯୋଗ (ମୋ- ୯୯୩୮୮୪୮୫୯୯) କରିବାକୁ କୁହାଯାଇଛି। ଡାକ୍ତରୀ ସହାୟତା ପାଇଁ ଆର୍ଆର୍ଟି ଡା. ଦୀପ୍ତିମାନ ବେହେରାଙ୍କୁ ମଧ୍ୟ ରୋଗୀମାନେ ଯୋଗାଯୋଗ (୯୮୫୩୩୩୯୫୮୮) କରିପାରିବେ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ‘ସମ୍ବାଦ’ର ୨୩ ତାରିଖ ସଂସ୍କରଣର ମହାନଗର ପୃଷ୍ଠାରେ ‘ଖଣ୍ଡଗିରିରେ ଓମିକ୍ରନ୍’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। କୋଭିଡ୍ ଚିହ୍ନଟ ବ୍ୟକ୍ତିମାନେ ଓମିକ୍ରନ୍ରେ ଆକ୍ରାନ୍ତ ବୋଲି ଭୁଲବଶତଃ ଏଥିରେ ଉଲ୍ଲେଖ କରାଯାଇଥିଲା। ତେବେ ସେମାନେ ଓମିକ୍ରନ୍ରେ ଆକ୍ରାନ୍ତରେ କି ନାହିଁ, ସେ ନେଇ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇନାହିଁ।