ଭୁବନେଶ୍ୱର/କଟକ: ସ୍ମାର୍ଟ ସିଟି ‘ଭୁବନେଶ୍ୱର’ ଓ ସିଲଭର୍ ସିଟି ‘କଟକ’ରେ ଆଉ କେଇ ଘଣ୍ଟା ପରେ ଦଶହରା ଉତ୍ସାହ ଶେଷ ହେବ। ପୂଜା ମଣ୍ଡପ ଓ ପେଣ୍ଡାଲଗୁଡ଼ିକରେ ଭିଡ଼ ଜମାଇଥିବା ଦର୍ଶକମାନେ ରାବଣ ପୋଡ଼ି ଦେଖିବା ପରେ ଘରକୁ ଫେରିବେ। ତା’ପରେ ପୂଜା କମିଟିମାନଙ୍କର ଭସାଣି ପାଇଁ ଚିନ୍ତା ବଢ଼ିବ। ଏଥିରେ କମିସନରେଟ ପୁଲିସର ଟ୍ରାଫିକ ପୁଲିସ ଅଧିକ ବ୍ୟସ୍ତ ରହିବ। ଶାନ୍ତି ଶୃଙ୍ଖଳାର ସହିତ ଭସାଣି ଉତ୍ସବ ସମାପନ କରିବାକୁ ଟ୍ରାଫିକ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଟ୍ରାଫିକ ଏସ୍ପି ଜତୀନ ପଣ୍ଡା ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ରବିବାର ଭସାଣି ଉତ୍ସବକୁ ଦୃଷ୍ଟିରେ ରଖି କଟକରେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାଗ ଦେଇ ଅଧିକ ମେଢ଼ କଟକ ଦେବୀଗଡ଼ା ଘାଟରେ ପହଞ୍ଚିବେ। ୨୦ ଏଏସଆଇ ଓ ଏସ୍ଆଇ, ୮ପ୍ଲାଟୁନ ପୁଲିସ ଓ ୭୦ କନଷ୍ଟେବଲ ମୁତୟନ ରହି ସୁରକ୍ଷା ବ୍ୟବସ୍ଥାର ଦାୟିତବ ନେବେ। ଶିଖରପୁର, କଲେଜ ଛକ, ରାଣୀହାଟ, ବକ୍ସିବଜାର ଦେଇ ଗୋଟିଏ ରୁଟ ତିଆରି ହୋଇଥିବା ବେଳେ ଚାନ୍ଦିନୀଚୋକ, ଗୌରୀଶଙ୍କର ପାର୍କ ଦେଇ ଆଉ ଗୋଟିଏ ରୁଟ ତିଆରି ହୋଇଛି।
/sambad/media/post_attachments/wp-content/uploads/2017/09/durga-1-300x252.jpg)
ଭୁବନେଶ୍ୱର ଭସାଣି
ବୁଧବାର ଠାରୁ ଜଗତ ଜନନୀ ମା’ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇ ଯାଇଥିବା ବେଳେ, ଶନିବାର ଅପରାହ୍ଣରେ ମଧ୍ୟ ପୂଜା ମଣ୍ଡପମାନଙ୍କରେ ଦର୍ଶକ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗୁଥିବା ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦୁର୍ଗାପୂଜା ଅବସରରେ ଟ୍ରାଫିକ ନିୟମ କଡ଼କଡ଼ି କରି ଦିଆଯାଇଛି। ଟ୍ରାଫିକ୍ ଏସ୍ପି ଯତୀନ ପଣ୍ଡାଙ୍କ ସୂଚନା ଅନୁସାରେ ଯେଉଁ ରାସ୍ତା ଦେବୀ ଦେବୀ ପ୍ରତିମା ଗୁଡ଼ିକ ଭସାଣି ଯିବେ, ରାସ୍ତା କଡ଼ରେ କେହି ଯାନ ବାହାନ ରଖି ପାରିବେ ନାହିଁ। ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳ୍ପନା ଛକ, ରୂପାଲି ଛକ ଉପରେ ଟ୍ରାଫିକ ପୁଲିସର ନଜର ରହିବ। କାରଣ ଏହି ସ୍ଥାନମାନଙ୍କରେ ଦର୍ଶକମାନଙ୍କ ଭିଡ଼ ଅଧିକ ରହିଥାଏ।
ଭୁବନେଶ୍ୱରରେ ଭସାଣି ପୂର୍ବରୁ ସହିଦ ନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଠାରେ ମେଳଣ ମହୋତ୍ସବ ହେବ। ଏହି ସ୍ଥାନମାନଙ୍କରେ ଆଖ ପାଖ ଅଞ୍ଚଳରେ ହେଉଥିବା ପୂଜା କମିଟିମାନଙ୍କ ଦ୍ୱାରା ମା’ଦେବୀଙ୍କୁ ଶୋଭାଯାତ୍ରାରେ ଅଣାଯାଇ ମେଲଣରେ ସାମିଲ କରାଯିବ। ପରେ ଭସାଣି ଯାତ୍ରାରେ ମୂର୍ତ୍ତିଗୁଡ଼ିକ ନିଆଯିବ। ସୂଚନାଯୋଗ୍ୟ, କଟକର ୧୭୧ ପେଣ୍ଡାଲରେ ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ, ଭୁବନେଶ୍ୱରରେ ୧୬୯ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/durga1.jpg)