ଆଇଏମ୍‌ଆଇଏସ୍‌ ଜାତୀୟ ଆଲୁମିନି ଆସୋସିଏସନ୍‌ର ବୈଠକ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ ଆଣ୍ଡ ଇନଫର୍‌ମେସନ୍‌ ସାଇନ୍‌ସ(ଆଇଏମ୍‌ଆଇଏସ୍‌)ର ଜାତୀୟ ଆଲୁମିନି ଆସୋସିଏସନ୍‌ ବୈଠକ ସ୍ୱାଗତ ବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମହାନିର୍ଦେଶକ ହେମନ୍ତ କୁମାର ପଟ୍ଟନାୟକ, ଉପଦେଷ୍ଟା ଡ. କମଳାକାନ୍ତ ବେଉରିଆ, ଆଲୁମିନି ଆସୋସିଏସନ୍‌ର ପରିଚାଳକ ପ୍ରଫେସର ସୁଜିତ କୁମାର ବାବୁ, ଆସୋସିଏସନ୍‌ର ସଭାପତି ରୂପ କୁମାର ପ୍ରଧାନ ଓ ଉପ-ସଭାପତି ସୁଦୀପ୍ତ ଚକ୍ରବର୍ତୀ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ସ୍ୱଚ୍ଛ ଭାରତ ଓ ଏକ ଦୃଢ଼ ଭାରତ ଗଠନର ଉଦ୍ଦେଶ୍ୟ ନେଇ ପରସ୍ପରକୁ ହାତ ମିଳାଇବା ଉପରେ ଅନୁଷ୍ଠାନର ଉପଦେଷ୍ଟା ଡ. ବେଉରିଆ ଗୁରୁତ୍ୱ ଦେଇଥିଲେ। ବୈଠକରେ ଦେଶର ବିଭିନ୍ନ ସ୍ଥାନରୁ ୪୦୦ରୁ ଊର୍ଧ୍ୱ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶେଷର ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପ୍ରଫେସର ସତ୍ୟବ୍ରତ ଭୂୟାଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବୋଲି ନିର୍ଦେଶିକା ଡ. ଉଷା କାମିଳା କହିଛନ୍ତି।

ସମ୍ବନ୍ଧିତ ଖବର