ଦ କଶ୍ମୀର ଫାଇଲ୍ସକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଇସ୍ରାଏଲ୍‌ର ସିନେ ନିର୍ମାତା

ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଇସ୍ରାଏଲ୍‌ର ସିନେ ନିର୍ମାତା ନଦଭ ଲାପିଡ୍‌। ୫୩ ତମ ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି) ଜୁରି ହେଡ୍‌ ନଦଭ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ସୋମବାର ସଂଧ୍ୟାରେ ଇସ୍ରାଏଲ୍‌ର ସିନେ ନିର୍ମାତା ତଥା ଫିଲ୍ମ ଫେଷ୍ଟିଭାଲ୍‌ର ଜୁରି ହେଡ୍‌ ନଦଭ ଲାପିଡ୍‌ କହିଥିଲେ ଯେ ‘‘କଶ୍ମୀର ଫାଇଲ୍ସ’ ଏକ ‘ପ୍ରୋପାଗଣ୍ଡା’ ଏବଂ ‘ଅଶ୍ଳୀଳ’ ଚଳଚ୍ଚିତ୍ର। ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏହି ଫିଲ୍ମଟି ପ୍ରତିଯୋଗିତା ଦୌଡ଼ରେ କିପରି ସ୍ଥାନ ପାଇଛି!’

ଏହାକୁ ନେଇ ବିବାଦ ଘନେଇବାରୁ କ୍ଷମା ମାଗିଛନ୍ତି ନଦଭ ଲାପିଡ୍‌। ନଦଭ ଲାପିଡ କହିଛନ୍ତି, ‘ଫିଲ୍ମକୁ ଦେଖିବା ପରେ ମୋତେ ଯାହା କହିବାର ଥିଲା ମୁଁ କହିଥିଲି। ମୁଁ ଜଣେ ଭାରତୀୟ ହୋଇନଥିବାରୁ କଶ୍ମୀର ବିଷୟରେ କଥାବାର୍ତ୍ତା କରିବା ବେଳେ ଅସହଜ ମନେ କରୁ ନାହିଁ। ମୁଁ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ ଏଭଳି କହିଥିଲି। ‘ଦ କଶ୍ମୀର ଫାଇଲ୍ସ’ ଏକ ଭଲ ଚଳଚ୍ଚିତ୍ର ବୋଲି ମୁଁ ସ୍ୱୀକାର କରୁଛି। ଏହି ଚଳଚ୍ଚିତ୍ରରେ ମୁଁ ଯାହା ଦେଖିଲି ତାହା କହିବା ମୋର ଦାୟିତ୍ବ ଥିଲା। କଶ୍ମୀରରେ ଘଟିଥିବା ଦୁଃଖଦ ଘଟଣା ଆମକୁ ଏଭଳି ଗମ୍ଭୀର ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରେରଣା ଯୋଗାଏ। ହେଲେ ଏହି ଚଳଚ୍ଚିତ୍ରଟି ମୋ ପାଇଁ ଶସ୍ତା ଧରଣର ଦୃଶ୍ୟ ସଂଯୋଜନା। ଏହି ଚଳଚ୍ଚିତ୍ର ମାଧ୍ୟମରେ ରାଜନନୈତିକ ଫାଇଦା ନେବାକୁ ଚେଷ୍ଟା କରାଯାଇଥିଲା। ସ୍କ୍ରିନିଂ ଦେଖିବା ପରେ ବାକି ଜୁରି ସଦସ୍ୟମାନେ ମଧ୍ୟ ମୋ ସହ ସହମତ ହୋଇଥିଲେ। ହେଲେ କାହାର ଚାପ କିମ୍ବା ଭୟ ହେତୁ ସେମାନେ ପରେ ନିଜର ମତ ବଦଳାଇଛନ୍ତି। ମୁଁ କଶ୍ମୀର ଏବଂ ଏହାର ଲୋକଙ୍କ ବିଷୟରେ କିଛି କହି ନାହିଁ। ମୁଁ କେବଳ ଫିଲ୍ମ ବିଷୟରେ କହିଥିଲି। ଯଦି ମୋର ବିବୃତି ହେତୁ ଲୋକମାନଙ୍କ ମନରେ ଆଘାତ ଲାଗିଛି, ତେବେ ମୁଁ କ୍ଷମା ମାଗୁଛି।

ସମ୍ବନ୍ଧିତ ଖବର