ଚନ୍ଦ୍ରଶେଖରପୁର: କିଟ୍ ବିଶ୍ୱବିଦ୍ୟାଳୟରେ ଇଫ୍ତାର ପାଳିତ ହୋଇଯାଇଛି। କିଟ୍ରେ କାର୍ଯ୍ୟରତ ମୁସଲମାନ ସଂପ୍ରଦାୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଭାରତ ସମେତ ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କୁ ନେଇ ଇଫ୍ତାର ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ସବୁ ଧର୍ମର ମୂଳ ଆଧାର ହେଉଛି ଦୟା, ମାନବିକତା, ସ୍ନେହ ଓ ସୌହାର୍ଦ୍ଦ୍ୟ। କିଟ୍ ଓ କିସ୍ ଦୟା ଓ ମାନବିକତା ଉପରେ ପର୍ଯ୍ୟବସିତ ଦୁଇଟି ଶିକ୍ଷାନୁଷ୍ଠାନ। ନିଜ ଜୀବନରେ ଆର୍ଟ ଅଫ୍ ଗିଭିଂକୁ ଏକ ଅଭ୍ୟାସରେ ପରଣିତ କରିବା ପାଇଁ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ୍ ସିଂହ, ପ୍ରଫେସର ଡା. ସିବିକେ ମହାନ୍ତି, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍ ଓ କିସ୍ର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp