ଭୁବନେଶ୍ବର: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ବ୍ୟୋମକେଶ ତ୍ରିପାଠୀ ଉଦ୍‌ଘାଟନ କରି ଏଏସ୍‌ବିଏମ୍‌ର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ତଥା କୁଳାଧ୍ୟକ୍ଷ ପ୍ରଫେସର୍‌ ବିଶ୍ବଜିତ୍‌ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଲେ ଯେ ଏହି ଉତ୍ସବ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବା ସହ ତାଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଉଦ୍‌ଘାଟନୀ ଉତ୍ସବରେ ଉପକୁଳାଧ୍ୟକ୍ଷ ପ୍ରଫେସର୍‌ କଲ୍ୟାଣ ଶଙ୍କର ରାୟ ଓ କୁଳପତି ପ୍ରଫେସର୍‌ ମହା‌ଦେବ ଭାଷଣ ଦେଇଥିଲେ।

Advertisment

ଏହି ଅବସରରେ ବିଜିଏମ୍‌ଆଇ, ଡାଞ୍ଜା, ବ୍ୟାଟେଲ ଅଫ୍‌ ୱାର୍ଡସ୍‌, କର୍ପୋରେଟ୍‌ ଲାଇଫ୍‌, ଫେସ୍‌ ପେଣ୍ଟିଂ, ଆଡ୍‌ ମେଡ୍‌, ରଙ୍ଗୋଲି, କଲ୍‌ ଅଫ୍‌ ଡ୍ୟୁଟି, ଭଏସ୍‌ ଅଫ୍‌ ଇଗ୍ନାଇଟ୍‌, କର୍ପୋରେଟ୍‌ ଚାଣକ୍ୟ, ୱାର୍‌ ଅଫ୍‌ ବ୍ୟାଣ୍ଡ୍‌, ବିଜିନେସ୍‌ କୁଇଜ୍‌, ଫ୍ୟାସନ୍‌ ସୋ’ ଓ ଟ୍ରେଜର୍‌ ହଣ୍ଟ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି, ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରି, କେଟିଏମ୍‌ର ମହାପ୍ରବନ୍ଧକ କେଶବ ଗୋଣ୍ଡାଲ ଓ ଓରିକ୍ଲିନ୍‌ର ପରିଚାଳନା ନିର୍ଦ୍ଦେଶକ ବି.ସି ମହାନ୍ତି ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆୟୋଜନ କରିଥିଲେ। ବିଶ୍ବବିଦ୍ୟାଳୟର ବରିଷ୍ଠ ସହକାରୀ ପ୍ରଫେସର୍‌ ଡ. ସ୍ମାରକୀ ପଟ୍ଟନାୟକ, ଡ. ସୁନୀଲ କୁମାର ବେଣ୍ଡି ସଂଯୋଜନା କରିଥିଲେ।