ଡିସେମ୍ବର ୭ରେ ଆଇଆଇଏର ଜାତୀୟ କର୍ମଶାଳା

ଭୁବନେଶ୍ୱର: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଟେକ୍ଟ(ଆଇଆଇଏ) ଓଡ଼ିଶା ଚାପ୍ଟର ପକ୍ଷରୁ ‘ଦି- ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କି ଟେର୍କିଟେକ୍ଟସ ନାଟ୍‌କନ୍‌ ୨୦୧୭’ ଜାତୀୟ କର୍ମଶାଳା ଆସନ୍ତା ଡିସେମ୍ବର ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସ୍ଥାନୀୟ ହୋଟେଲ ମେ ଫେୟାର ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାରେ ଦେଶ ବିଦେଶଣ ବହୁ ବିଶିଷ୍ଟ ଆର୍କିଟେକ୍‌ଚର ଯୋଗ ଦେବେ ବୋଲି ଅନୁଷ୍ଠାନ ପକ୍ଷରୁ ଓଡ଼ିଶା ପ୍ରେସ୍‌ କ୍ଲବଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ନାଟ୍‌କନ୍‌ ଆୟୋଜନ କମିଟିର ସଭାପତି ରମେଶଚନ୍ଦ୍ର ସ୍ୱାଇଁ କହିଛନ୍ତି, ଦୀର୍ଘ ୨୦ ବର୍ଷ ପରେ ଭୁବନେଶ୍ୱରରେ ଆଇଆଇଏର ଜାତୀୟ କର୍ମଶାଳା କରାଯାଉଛି। ‘ଆର୍କିଟେକ୍‌ଚରାଲ ଫୁଟ୍‌ପ୍ରିଣ୍ଟ୍‌ ଇମ୍ପାକ୍ଟ ଅନ୍‌ ସିଟିଜ୍‌’ ପ୍ରସଙ୍ଗକୁ ନେଇ କର୍ମଶାଳାରେ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହେବ।

ସମ୍ପାଦକ ସାଗରେନ୍ଦ୍ର ମହାପାତ୍ର କହିଛନ୍ତି, ଭୁବନେଶ୍ୱର ଏକ ଐତିହାସିକ ସହର, ଯାହାକି ଆର୍କିଟେକ୍‌ଚରାଲ ବିଜ୍ଞାନର ଏକ ସୁନ୍ଦର ନିଦର୍ଶନ। ଏହି କର୍ମଶାଳାରେ ଅନେକ ପ୍ରମୁଖ କମ୍ପାନି ଅଂଶଗ୍ରହଣ କରି ନିଜର ଉତ୍ପାଦକୁ ପ୍ରଦର୍ଶିତ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କର୍ମଶାଳାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ନାଟ୍‌କନ୍‌ର ସହ ଆବାହକ ନିଶିଥ୍‌ ରଞ୍ଜନ ନନ୍ଦ, ରାଜ କୁଅଁର ନାୟକ ଓ ମୌସୁମୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର