ଆଇଆଇଟି ଖଡ଼ଗପୁରରେ ବକ୍ତତା ଦେଲେ ଏ ବି ସିଂହ

ଭୁବନେଶ୍ୱର: ଆଇଆଇଟି ଖଡ଼ଗପୁରରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଆଦ୍ୟାନ୍ତ ଏଜୁକେସନାଲ୍‌ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ଚେୟାରମ୍ୟାନ ଏବଂ ପ୍ରତିଷ୍ଠାତା ଏ ବି ସିଂହ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅଡିଟୋରିୟମ୍‌ରେ ଅନୁଷ୍ଠିତ ଏହି ସମାରୋହରେ ଯୋଗ ଦେଇ ସେ କହିଲେ ଯେ ଜଣେ ହିନ୍ଦୁସ୍ତାନୀ ହୋଇ ନିଜ ଦେଶରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ ସମାରୋହର ଆୟୋଜନ କରିବାକୁ ପଡ଼ୁଛି, ଯାହା ଅତ୍ୟନ୍ତ ଦୁଃଖର ବିଷୟ। ଏହା ସହ ସେ ନିଜ ଅନୁଷ୍ଠାନର ଜିନ୍ଦେଗୀ କାର୍ଯ୍ୟକ୍ରମର ସଫଳତା ସଂପର୍କରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର