ଭୁବନେଶ୍ୱର ଆଇଆଇଟି ପରିସରରେ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଆଇଆଇଟି ପରିସରରେ ସୋମବାର ସଂଧ୍ୟାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଛାତ୍ର ଜଣକ ହେଉଛନ୍ତି ଚିରାଙ୍ଗ ପ୍ରବୀଣ ଜୈନ୍‌। ସେ କମ୍ପ୍ୟୁଟର୍‌ ସାଇନ୍ସରେ ଇଞ୍ଜିନିୟରିଂ ପଢୁଥିଲେ। ଛାତ୍ରଙ୍କ ମୃତ୍ୟୁର ସୂଚନା ତାଙ୍କ ବାପାମାଆଙ୍କୁ ଦିଆଯାଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ  କରିଛି। ତେବେ, କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା  ତାହା ଏଯାବତ୍‌ ଜଣାପଡ଼ି ନାହିଁ। ଛାତ୍ରଙ୍କ ଅକାଳ ବିୟୋଗ ନେଇ ଆଇଆଇଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର