ଇଞ୍ଜଣା ଯାଦବ ମହାସଂଘର ଲଉଡ଼ି ଖେଳ

ଭୁବନେଶ୍ବର: ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଇଞ୍ଜଣା ଯାଦବ ମହାସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଦୋଳ ପୂର୍ଣ୍ଣିମା ରାତିରେ ରାଧାକୃଷ୍ଣଙ୍କ ଉପରେ ପ୍ରେମରସାତ୍ମକ ସଙ୍ଗୀତ ସହ ଗ୍ରାମ ଦେବତୀଙ୍କ ନିକଟରେ ରୀତିନୀତି ଅନୁଯାୟୀ ଉତ୍ସବ ପାଳନ କରାଯାଇଥିଲା। ହୋଲି ଅବସରରେ ରାଧାକୃଷ୍ଣ ମନ୍ଦିର ପରିସରରେ ଲଉଡ଼ି ଖେଳ ପରିବେଷଣ କରାଯାଇଥିଲା। ସାହିର ଶିଶୁ କିଶୋରମାନେ ରଙ୍ଗବେରଙ୍ଗ ପୋଷାକ ପରିଧାନ କରି ପାଦରେ ଘୁଙ୍ଗୁର, ଅଣ୍ଟାରେ ଘାଗୁଡ଼ି, ହାତରେ ବାଡ଼ି ଧରି ଗାୟକଙ୍କ ଗୀତର ତାଳେତାଳେ ନୃତ୍ୟ କରିଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ ଗ୍ରାମର ପ୍ରାୟ ୫ଟି ଦଳ ଦ୍ବାରା ପରିବେଷିତ ଏହି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍‌ ଉପଭୋଗ୍ୟ ହୋଇଥିଲା। କାର୍ଯ୍ୟକ୍ରମ ମଧ୍ୟ ଭାଗରେ ଗ୍ରାମଦେବତୀଙ୍କୁ ସରଲବଣି ଅର୍ପଣ କରାଯାଇଥିଲା। ଯାଦବ ମହାସଂଘ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଲଉଡ଼ି ଖେଳ ଉତ୍ସବ ଚଳିତ ବର୍ଷ ୧୩ ବର୍ଷରେ ପଦାର୍ପଣ କରିଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ବହୁ ବିଶି‌ଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଲଉଡ଼ି ଖେଳରେ ଝୁମିଥିଲେ। ଯାଦବ ମହାସଂଘ ପରିଚାଳକ ହରିହର ବେହେରା ଏବଂ ଗୁଣନିଧି ବେହେରାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ପ୍ରମୋଦ, ବାମଦେବ, ସୁକାନ୍ତ, ରଘୁ ଓ ରାମ।

ସମ୍ବନ୍ଧିତ ଖବର