ଭୁବନେଶ୍ବର : ସୁରଟର ସାର୍ଥନା ସହରରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛି ଓଡ଼ିଶା ଅଭିଭାବକ ମହାସଂଘ। ଏଥିସହ ଓଡ଼ିଶାରେ ଛତୁ ଫୁଟିବା ଭଳି ଖୋଲୁଥିବା ବେଆଇନ କୋଚିଂ ସେଣ୍ଟର୍କୁ ନେଇ ସଂଘ ଚିନ୍ତା ପ୍ରକଟ କରିଛି। ଏଭଳି ଘଟଣା ନେଇ ସଂଘ ପକ୍ଷରୁ ୨୦୧୮ ଡିସେମ୍ବର ୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା। କୋଚିଂ ସେଣ୍ଟର୍ଗୁଡ଼ିକରେ ଚାଲିଥିବା ଅବ୍ୟବସ୍ଥା ବିଷୟରେ ସୂଚନା ଦିଆଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲା ମହାସଂଘ। ଇତିମଧ୍ୟରେ ୬ ମାସ ବିତିଗଲାଣି। ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସୁରଟ ଘଟଣାରେ ଅଭିଭାବକ ମହାସଂଘ ଗଭୀର ଉଦବେଗ ପ୍ରକାଶ କରିବା ସହ ସମସ୍ତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖିଛି। ବେଆଇନ କୋଚିଂ ସେଣ୍ଟରଗୁଡ଼ିକୁ ନିୟନ୍ତ୍ରଣ କରିବା ନିମନ୍ତେ ଆଇନ ପ୍ରଣୟନ, ଅଗ୍ନିଶମ ବିଭାଗରୁ ଅନୁମତି ନେବା ଓ ନୂତନ ସ୍କୁଲ ଖୋଲିବାକୁ ନେଇ ଯେପରି ନିୟମ ରହିଛି ତାହା ପାଳନ କରିବାକୁ ଦୃଢ ଦାବି କରାଯାଇଛି। ଏ ସମ୍ପର୍କରେ ଗୃହ ବିଭାଗର ସଚିବଙ୍କୁ ମଧ୍ୟ ଅବଗତ କରାଯାଇଥିବା ମହାସଂଘର ଉପାଧ୍ୟକ୍ଷ ପ୍ରସନ୍ନ ବିଶୋଇ ସୂଚନା ଦେଇଛନ୍ତି।
ବେଆଇନ କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
/sambad/media/post_attachments/wp-content/uploads/2019/05/ccc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)