ଭୁବନେଶ୍ବର: କୌଣସି ସଂରକ୍ଷିତ ଐତିହ୍ୟ, କୀର୍ତ୍ତିରାଜିର ୧୦୦ମିଟର ପରଧି ମଧ୍ୟରେ କିଛି ବି ନିର୍ମାଣ କାର୍ଯ୍ୟ ହୋଇପାରିବନି ବୋଲି ନାସନାଲ୍ ମନୁମେଣ୍ଟ୍ସ ଅଥରିଟି (ଏନ୍ଏମ୍ଏ) ନିୟମ କରିଛନ୍ତି। ଏହି ଅନୁଯାୟୀ ଏଏସ୍ଆଇ ବି ୧୦୦ମିଟର ଭିତରେ କୌଣସି ନିର୍ମାଣ ପାଇଁ ଅନୁମତି ଦେଉନି। ହେଲେ ରାଜରାଣୀ ମନ୍ଦିର କ୍ୟାମ୍ପସର ୧୦୦ ମିଟର ପରଧି ଭିତରେ ଏକ ଘରୋଇ ହସ୍ପିଟାଲର ବେଆଇନ ନିର୍ମାଣ ଚାଲିଛି। ଏପରିକି ଏନେଇ ଏଏସ୍ଆଇ ଏନ୍ଓସି ଦେଇନଥିବାବେଳେ ବିଏମ୍ସି ପ୍ଲାନ୍ ଅନୁମୋଦନ କରିଦେଇଛି। ଯାହାକୁ ନେଇ ଏବେ ତନାଘନା ଚାଲିଛି।
ରାଜରାଣୀ ମନ୍ଦିର ନିକଟରେ କିପରି ବେଆଇନ ନିର୍ମାଣ ହେଉଛି ବୋଲି ପଚାରିବାରୁ ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ଯେ, ସଂରକ୍ଷିତ ଐତିହ୍ୟ, କୀର୍ତ୍ତିରାଜିର ୧୦୦ମିଟର ଭିତରେ କୌଣସି ନିର୍ମାଣ ପାଇଁ ଆମେ ଅନୁମତି ଦେଉନୁ। ଏଏସ୍ଆଇ ଏନ୍ଓସି ଦେଲେ ଆମେ ପ୍ଲାନ୍ ଅନୁମୋଦନ କରୁ। ରାଜାରାଣୀ ମନ୍ଦିର ନିକଟରେ ହେଉଥିବା ନିର୍ମାଣ ପାଇଁ ଆମର ବିଲଡିଂ ପ୍ଲାନ୍ ଦିଆଯାଇଛି। ଯଦି ଏଏସ୍ଆଇ ଏନ୍ଓସି ଦେଇନି ତେବେ କିପରି ଅନୁମତି ଦିଆଗଲା ତାହା ଯାଞ୍ଚ କରାଯିବ। ଏହାସହ ଯଦି ଆବେଦନକାରୀ ଏଏସ୍ଆଇ ଏନ୍ଓସି ନକଲ କରିଥିବେ ତେବେ ଆମେ ତୁରନ୍ତ ଏହି କୋଠାକୁ ଉଚ୍ଛେଦ କରିବୁ।
ଏନେଇ ଏଏସ୍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜରାଣୀ ମନ୍ଦିର ନିକଟରେ ବେଆଇନ ନିର୍ମାଣ ହେଉଥିବା ଜଣାପଡ଼ିବା ପରେ ଆମେ ଏହାର ମାଲିକଙ୍କୁ ନୋଟିସ୍ କରିଛୁ। ଆନସିଏଣ୍ଟ ମନୁମେଣ୍ଟ ଆଣ୍ଡ ଆର୍କିଓଲୋଜିକାଲ ସାଇଟ୍ ଆଣ୍ଡ ରିମେନ୍ସ (ଆମେଣ୍ଡମେଣ୍ଟ ଆଣ୍ଡ ଭେଲିଟେସନ୍ ଆକ୍ଟ-୨୦୧୦)କୁ ଅଣଦେଖା କରି ଏହି ନିର୍ମାଣ ହେଉଥିବାରୁ ଘର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଛୁ। ଏହାସହ ବେଆଇନ୍ ନିର୍ମାଣ ବନ୍ଦ କରିବାକୁ କହିଛୁ। ଏହାସହ ସ୍ଥାନୀୟ ଥାନାରେ ଏତଲା ଦେଇଛୁ। ଏବେ ବିଏମ୍ସି ଓ ଏଏସ୍ଆଇ ଟଣାଓଟରା ଚାଲିଥିବାବେଳେ କୋଠା ମାଲିକ ତରବରିଆ ଭାବେ ନିର୍ମାଣ କାମ ଶେଷ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚଲାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/g4jdg4j56gd4j56dg4564j56dg4g56jdgjdgj.jpg)