ଧଉଳି : ଭୁବନେଶ୍ୱର ତହସିଲ ଧଉଳି ପଞ୍ଚାୟତ ଅଧୀନ ସରଦେଇପୁର ହରିଜନ ସାହି (ଓ୍ଵାର୍ଡ଼ ନଂ ୯ ଓ ୧୦ ) ରେ ବର୍ଷାଜଳ ନିଷ୍କାସନ ସମସ୍ୟା ଏବେ ଉତ୍କଟ ହୋଇଛି। ସରଦେଇପୁର ଶାଖା କେନାଲକୁ ସଂଯୁକ୍ତ ହୋଇଥିବା ଜଳସେଚନ ବିଭାଗର କାଡ଼ାନାଳୀକୁ ଜନୈକ ବିଲ୍ଡର୍ ପୋତିଦେବା ଫଳରେ ବର୍ଷାପାଣି ନିଷ୍କାସିତ ହୋଇନପାରି ଲୋକଙ୍କ ଘରେ ପଶୁଛି। ୮୦ ପ୍ରତିଶତ ଦିନ ମଜୁରିଆ ବସବାସ କରୁଥିବା ଏହି ଗ୍ରାମର ୪୦ ପରିବାର ଏବେ ପାଣି ଘେରରେ ରହିଛନ୍ତି। ଏହାଛଡ଼ା ଗାଁ ଦାଣ୍ଡରେ ଦୀର୍ଘ ସମୟ ଧରି ବର୍ଷାପାଣି ଜମି ରହିବା ଯୋଗୁଁ ଯାତାୟାତ କ୍ଷେତ୍ରରେ ମଧ୍ୟ ସମସ୍ୟା ଉପୁଜିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମୂହ ଗ୍ରାମବାସୀ କାଡ଼ାନାଳୀ ଅବରୋଧ ସଂପର୍କରେ ଅନେକବାର ତହସିଲଦାର ଓ ବିଡିଓଙ୍କୁ ଜଣାଇଛନ୍ତି। ହେଲେ ତହସିଲ ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବଡ଼ କଥା ହେଉଛି, ଗ୍ରାମବାସୀଙ୍କ କହିବାନୁଯାୟୀ ୨୦୧୪/୧୫ ଆର୍ଥିକ ବର୍ଷରେ ଡ୍ରେନ୍ ନିର୍ମାଣ ପାଇଁ ଭୁବନେଶ୍ୱର ପଞ୍ଚାୟତ ସମିତି ପକ୍ଷରୁ ୩ ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ହେଲେ କାଡ଼ା କେନାଲ ଜବରଦଖଲମୁକ୍ତ ହୋଇନପାରିବାରୁ ମଂଜୁର ହୋଇଥିବା ଯୋଜନା ଟଙ୍କା ଫେରିଗଲା। ହେଲେ ଏହା ମଧ୍ୟରେ ୩ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ନେଇ ପଞ୍ଚାୟତ ଓ ପ୍ରଶାସନର ଭୂମିକା ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।
ଜବରଦଖଲକାରୀଙ୍କ କବ୍ଜାରେ କାଡ଼ା ନାଳି : ୪୦ ଘରେ ପଶିଲା ପାଣି
/sambad/media/post_attachments/wp-content/uploads/2018/06/cin.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)