ପୁରୁଣା ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରେ ବିଭିନ୍ନ ପ୍ରାକୃତିକ ନାଳ ଓ କେନାଲ କଡ଼ରେ ଜବରଦଖଲ ବୃଦ୍ଧି ପାଉଛି। ଫଳରେ ବର୍ଷା ଦିନରେ ଏହା ବଡ଼ ସମସ୍ୟା ଭାବେ ଉଭା ହେବ। ନାଳ ଓ କେନାଲଗୁଡ଼ିକରୁ ଜବରଦଖଲ ନ ହଟିଲେ ବର୍ଷା ଦିନେ ଉଦ୍ବୃତ୍ତ ବର୍ଷାଜଳ ଲୋକଙ୍କ ଘରେ ପଶିବ। ତେବେ ଏପରି ବେଆଇନ କାମକୁ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି। ଜବରଦଖଲ ଉଚ୍ଛେଦ ସହ ଜବରଦଖଲକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯାଇଛି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସଦସ୍ୟ ଜଗତଚନ୍ଦ୍ର ଦାସ, ଗୋପୀନାଥ ମହାନ୍ତି, ହିମାଂଶୁ ଶେଖର ହୋତା, ଗୁରୁପ୍ରସାଦ, ସୁଲତା ସାହାଣୀ, ସଞ୍ଜୁଲତା ପଟ୍ଟନାୟକ, ବିଷ୍ଣୁପ୍ରିୟା ଜେନା, ତିଲୋତ୍ତମା ନାୟକ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ଏ ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତି। ତେବେ ଖୁବ୍ଶୀଘ୍ର ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଦେବବ୍ରତ ସାହୁ କହିଛନ୍ତି। ପ୍ରକାଶ ଥାଉକି ଗ୍ୟାରେଜ୍ ଛକଠାରେ ଦୟା କେନାଲ କଡ଼ରେ ଏକ ପ୍ରାକୃତିକ ନାଳକୁ କିଛି ଦିନ ହେଲା ଏକ ବିଲ୍ଡର ସଂସ୍ଥା ପୋତିବା ଆରମ୍ଭ କରିଛି। ଦୟାୱେଷ୍ଟ କେନାଲ କଡ଼ରେ ଜବରଦଖଲ କରାଯାଇଛି। ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଡ୍ରେନ୍ ନଂ. ୭ର ମଧ୍ୟ ସମବସ୍ଥା। ସେହିପରି ତୀର୍ଥେଶ୍ବର ଲେନ୍ରୁ ଲୁଇସ୍ ରୋଡ଼୍ ଆଡ଼କୁ ଯାଇଥିବା ଏହି ଡ୍ରେନ୍କୁ ପୋତା ଯାଇଛି।
ଏକାମ୍ର କ୍ଷେତ୍ରରେ ଜବରଦଖଲରେ ପ୍ରାକୃତିକ ନାଳ, କେନାଲ : ଜବରଦଖଲ ଉଚ୍ଛେଦ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ
/sambad/media/post_attachments/wp-content/uploads/2019/11/lingaraj_nala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)