ଭୁବନେଶ୍ବର : ୟୁନିଟ୍-୭ ସୂର୍ଯ୍ୟନଗର ଦୁର୍ଗାମଣ୍ଡପ ବସ୍ତି ନିକଟରେ କ୍ୟୁଏଟି ଓ କ୍ୟାପିଟାଲ ଥାନା ପୁଲିସ ମିଳିତ ଚଢ଼ଉ କରି ଜଣେ ଚୋରା ବନ୍ଧୁକ ବ୍ୟବସାୟୀକୁ ଗିରଫ କରିଛି। ତା ନିକଟରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ଜବତ ହୋଇଛି। ସେ ହେଲା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ବିକି ଜେନା(୧୯)। ଏଠାରେ ଦୁର୍ଗାମଣ୍ଡପ ବସ୍ତିରେ ରୁହେ। ବିକି ଦୀର୍ଘଦିନ ହେବ ରାଜଧାନୀରେ ଚୋରା ବନ୍ଧୁକ ବ୍ୟବସାୟ କରୁଥିବା କ୍ୟୁଏଟି ପୁଲିସ ଜାଣିବାକୁ ପାଇଥିଲା। ବିହାରରୁ ଚୋରା ବନ୍ଧୁକ ଆଣି ରାଜଧାନୀରେ ବିକ୍ରି କରୁଥିବା ପୋକରା ଗ୍ରୁପ୍ ସହ ସାମିଲ୍ ହୋଇ ଅପରାଧୀଙ୍କୁ ବନ୍ଧୁକ ଯୋଗାଉଥିଲା। ତେବେ ସୋମବାର ଅପରାହ୍ଣ ପ୍ରାୟ ୪ଟାରେ ବିକି ଜଣେ ଅପରାଧୀକୁ ବନ୍ଧୁକ ଦେବା ପାଇଁ ଡାକିବା ସହ ୩୦ ହଜାର ଟଙ୍କାର ଡିଲ୍ କରିଥିଲା। କ୍ୟୁଏଟି ପୁଲିସ ଏ ବିଷୟରେ ଜାଣିବା ପରେ ତୁରନ୍ତ କ୍ୟାପିଟାଲ୍ ଥାନା ପୁଲିସ୍କୁ ଜଣାଇଥିଲା। ଯୋଜନା ମୁତାବକ ଉଭୟ ପୁଲିସର ଦୁଇଟି ଟିମ୍ ସେଠାରେ ଚଢ଼ଉ କରି ବିକିକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଥିଲେ। ଏନେଇ କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ବିକିକୁ କୋର୍ଟ ଚାଲାଣ କରିଛି। ବିକି ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
ଚୋରା ବନ୍ଧୁକ ବ୍ୟବସାୟୀ ଗିରଫ, ବନ୍ଧୁକ ଓ ୨ ଗୁଳି ଜବତ
/sambad/media/post_attachments/wp-content/uploads/2019/06/are-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)