ପୁରୁଣା ଭୁବନେଶ୍ବର : ଐତିହାସିକ ଶିଶୁପାଳଗଡ଼ ସ˚ରକ୍ଷିତ ଅଞ୍ଚଳରେ ଜବରଦଖଲ ବଢ଼ିବାରେ ଲାଗିଛି। ଗଡ଼କୁ ଖୋଳି ଘର ତିଆରି, ରାସ୍ତା ହେବା ସହ ଏବେ ଧୀରେଧୀରେ ସେହି ସ୍ଥାନରେ ଦୋକାନ ବଜାର ମଧୢ ଖୋଲିଲାଣି। ଏନେଇ କିନ୍ତୁ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ନିଦା ବିଷ୍ଣୁ ସାଜିଛି। ଅନ୍ୟପକ୍ଷରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ସୂଚନାଯୋଗ୍ୟ ଯେ, ଶିଶୁପାଳଗଡ଼ରେ ପଶ୍ଚିମ-ଉତ୍ତର କୋଣ, ଉତ୍ତର ଦକ୍ଷିଣ କୋଣ ଓ ପୂର୍ବ ଦିଗରେ ବେଆଇନ୍‌ ଘର ନିର୍ମାଣ ଚାଲିଛି। କେଉଁଠି ବିଲ୍‌ଡି˚ ହେଉଛି ତ ପୁଣି କେଉଁଠି ରାସ୍ତା ନିର୍ମାଣ ଚାଲିଛି। କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ନିୟମ ଅନୁଯାୟୀ ପ୍ରାଚୀନ ସ୍ମାରକ ପ୍ରତ୍ନତାତ୍ତ୍ବିକ ସ୍ଥଳ ନିୟମ ୨୦୧୦ ଧାରା ୨୦(କ) ଓ (ଖ) ଅନୁଯାୟୀ କୌଣସି କେନ୍ଦ୍ରୀୟ ସ˚ରକ୍ଷିତ ସ୍ଥଳ ବା ସ୍ମାରକ ସୀମାଠାରୁ ଚତୁଃପାର୍ଶ୍ବ ସର୍ବନିମ୍ନ ୧୦୦ ମିଟର ଓ ଏହାଠାରୁ ଚତୁଃପାର୍ଶ୍ବ ସର୍ବନିମ୍ନ ୨୦୦ ମିଟର ଅଞ୍ଚଳକୁ ଖନନ ଓ ନୂତନ ନିର୍ମାଣ ନିଷିଦ୍ଧାଞ୍ଚଳ ଓ ନିୟନ୍ତ୍ରିତ ଅଞ୍ଚଳ ଘୋଷିତ ହୋଇଛି। ଏଭଳି ଅଞ୍ଚଳରେ କୌଣସି ନିର୍ମାଣ କିମ୍ବା ଖନନ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ନିୟମ ରହିଛି। କିନ୍ତୁ ଗତ ଦୁଇ ମାସ ହେଲା ଗଡ଼କୁ ଲଗାଇ ପଶ୍ଚିମ-ଉତ୍ତର କୋଣରେ ଦୋକାନ ବଜାର ନିର୍ମାଣ ହୋଇଥିବା ବେ‌େଳ ଗତକାଲିଠାରୁ ଗଡ଼କୁ ଖୋଳି ଜବରଦଖଲ ବ୍ୟାପକ ହୋଇଛି। ସେହିଭଳି ପ୍ରତ୍ନତତ୍ତ୍ବ ବିଭାଗ ନିୟମ ଲଗାଯାଇଥିବା ବୋର୍ଡ ନିକଟରେ ହିଁ ଜବର ଦଖଲ ହେଉଛି। ତେବେ ଯଥାଶୀଘ୍ର ପଦକ୍ଷେପ ନନେଲେ ଏହି ଐତିହାସିକ ସ୍ମାରକଟି ଯେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯିବ ଏଥିରେ ସନ୍ଦେହ ନାହିଁ। ଏନେଇ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗର ଭୁବନେଶ୍ବର ସ˚ଗ୍ରାଧୀକ୍ଷକ ଦିଲ୍ଲୀପ କୁମାର ପଣ୍ତା କୁହନ୍ତି, ଏନେଇ ଥାନାରେ ଅଭିଯୋଗ କରିବା ସହ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗର ଅଧୀକ୍ଷକଙ୍କୁ ଜଣାଇବୁ।