ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଏବେ କଫସିରଫ ନିଶା କାରବାରର ଡିଷ୍ଟ୍ରିବ୍ୟୁସନ୍ ହବ୍ ପାଲଟିଛି। ପଡ଼ୋଶୀ ରାଜ୍ୟରୁ ଓଡ଼ିଶା ଆସୁଥିବା ଏହି କଫସିରପ୍ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଉଛି। ଗତକାଲି ଭୁବନେଶ୍ୱରରୁ ୨୦୫ ବୋତଲ ଅବୈଧ କଫସିରଫ ଜବତ ହୋଇଛି ଓ ଏଥିପାଇଁ ଚଢ଼ାଉ ଜୋରଦାର ହେବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି ସୂଚନା ଦେଇଛନ୍ତି।
ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି ଆହୁରି ବି କହିଛନ୍ତି, ‘‘ନାଇଟ କୋଚ୍ ବସ ସମେତ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ହେବ ସରପ୍ରାଇଜ ଚେକିଂ।’’
ସେହିପରି ଏ ନେଇ ଅବକାରୀ ଥାନାଧିକାରୀ ବିକାଶ ନାୟକ କହିଛନ୍ତି, ‘‘ପାର୍ବଣ ପୂର୍ବରୁ ନିଶା ବେପାରୀଙ୍କୁ ବାଜିବ ଛାଟ। ଅବକାରୀ ବିଭାଗ ସ୍ପେଶାଲ ଏଭିକ୍ସନ ଟିମ ଗଠନ କରିଛି ।’’
ଉଲ୍ଲେଖଯୋଗ୍ୟ, ଗତକାଲି ରବି ଟକିଜ ଛକ ନିକଟରୁ ଜବତ ହୋଇଥିଲା କଫସିରଫ। ନାଇଟ ବସ ଯୋଗେ ଛତିଶଗଡ଼ ରାଜଧାନୀ ରାୟପୁରରୁ ଆସୁଛି କଫସିରଫ। ଗନ୍ଧ ନ ହେଉଥିବାରୁ ନିଶା ପାଇଁ ସମ୍ଭ୍ରାନ୍ତ ପରିବାରର ପିଲା ଏହାକୁ ସେବନ କରୁଛନ୍ତି ବୋଲି ଜଣାପଡ଼ିଛି।