ଭୁବନେଶ୍ୱର : ଆଇଆର୍ସି ଭିଲେଜ, ସ୍ଵପ୍ନେଶ୍ୱର ମନ୍ଦିର ନିକଟରେ ଚୋରା ବନ୍ଧୁକ କାରବାର ହେଉଥିବା ବେଳେ ସ୍ପେସାଲ ସ୍କ୍ୱାଡ୍ ଓ ନୂଆପଲ୍ଲୀ ପୁଲିସ ମିଳିତ ଚଢ଼ଉ କରି ୩ଜଣଙ୍କୁ କାବୁ କରିଛନ୍ତି। ସେମାନଙ୍କ ନିକଟରୁ ୪ରୁ ଊର୍ଧ୍ବ ଦେଶୀ ଓ ବିଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ମୂଲଚାଲରେ ସାମିଲ ଥିବା ଆଉ କିଛି ବେପାରୀ ବନ୍ଧୁକ ନେଇ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ଲାଗି ପୁଲିସ୍ ତନାଘନା ଚଳାଇଛି। ମିଳିଥିବା ସୂଚନା ମୁତାବକ, ଗତ ବିଳମ୍ୱିତ ରାତିରେ ସ୍ବପ୍ନେଶ୍ୱର ମନ୍ଦିର ନିକଟରେ ଏକାଧିକ ବାଇକ୍ ଓ କାର୍ ଲାଗିଥିଲା। କିଛି ଦୁର୍ବୃତ୍ତ ଗାଡ଼ିରୁ ବାହାରି କିଛି ସମୟ ସେଠାରେ ଛିଡ଼ା ହୋଇ ଆଲୋଚନା କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିଲେ। ସନ୍ଦେହ ହେବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ।
ଚୋରା ବନ୍ଧୁକ କାରବାର ବେଳେ କାବୁ କଲା ପୁଲିସ
/sambad/media/post_attachments/wp-content/uploads/2021/10/arrest-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)