ବସ୍ତି ଓ ଉପକଣ୍ଠରେ ଚାଲିଛି ତିଆରିକୋଲକାତାରୁ ଆସୁଛି ଲେବଲ, ଷ୍ଟିକରଟେର୍ ପାଉନି ପୁଲିସ, ଅବକାରୀ ବିଭାଗ
ଭୁବନେଶ୍ବର : ନକଲି ଚୋରା ମଦରେ ଉବଟୁବୁ ହେଲାଣି ରାଜଧାନୀ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ରାଜଧାନୀ ଉପକଣ୍ଠରେ ଚାଲୁଛି ଜୋରଦାର ବେପାର। ବିଶେଷକରି କେତେକ ବସ୍ତି, ରାଜଧାନୀ ଉପକଣ୍ଠ ଅଞ୍ଚଳରେ ନକଲି ମଦ ତିଆରି କରାଯାଉଛି। ଯାହାର ଟେର୍ ପାଉନି କମିସନରେଟ୍ ପୁଲିସ। ନକଲି ସରକାରୀ ଲେବଲ, ଲୋଗୋ, ଷ୍ଟିକର ମଧ୍ୟ ଲଗାଯାଇ ସିଲ୍ କରାଯାଉଛି। ରାଜଧାନୀରେ ବିକ୍ରି ହେଉଥିବା ଚୋରା ମଦରୁ ଅଧିକାଂଶ ନକଲି ବୋଲି ଜଣାପଡ଼ିଛି।
କମ୍ ଖର୍ଚ୍ଚରେ ଅଧିକ ମୁନାଫା ପାଇଁ ମଦ ମାଫିଆମାନେ ନକଲି ମଦ ପ୍ରସ୍ତୁତ କରୁଛନ୍ତି। ବିଶେଷକରି ବିଦେଶୀ ମଦକୁ ଟାର୍ଗେଟ୍ କରିଛନ୍ତି। ନାମୀଦାମୀ କମ୍ପାନିର ବୋତଲ ସଂଗ୍ରହ କରୁଛନ୍ତି। ଶସ୍ତା ସ୍ପିରିଟ୍ଠାରୁ ଆରମ୍ଭ କରି ସରକାରୀ ଲେବଲ, ଲୋଗୋ, ଷ୍ଟିକର, ରଙ୍ଗ ସବୁ କିଛି କୋଲକାତାରୁ ଆମଦାନି କରୁଛନ୍ତି। ସ୍ପିରିଟରେ ପାଣି ମିଶାଇବା ପରେ ରଙ୍ଗ ମିଶାଇ ଏଥିରୁ ହ୍ବିସ୍କି, ରମ୍ ତିଆରି କରୁଛନ୍ତି। ଏହା ପରେ ଏହାକୁ ବିଭିନ୍ନ ଅଞ୍ଚଳରେ ଚୋରାରେ ବିକ୍ରି କରୁଛନ୍ତି। ରାଜଧାନୀର କେତେକ ବସ୍ତି ସମେତ ଉପକଣ୍ଠ ହଂସପାଳ, ବାଲିଅନ୍ତା, ଚନ୍ଦକା, ବାରଙ୍ଗ, ପିତାପଲ୍ଲୀ ଆଦି ଅଞ୍ଚଳରେ ନକଲି ମଦ ତିଆରି ହେଉଥିବା ସୂଚନା ମିଳିଛି। କେତେକ ଢାବା ସମେତ ସହର ଭିତରେ ବିଭିନ୍ନ ଅଞ୍ଚଳରେ ଚୋରାରେ ଏହି ନକଲି ମଦ ବିକ୍ରି କରାଯାଉଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଅଧିକ ମାତ୍ରାରେ ନକଲି ମଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯିବ ବୋଲି ଜଣାପଡ଼ିଛି। କମିସନରେଟ୍ ପୁଲିସ କିମ୍ବା ଅବକାରୀ ବିଭାଗ କିନ୍ତୁ ଏହାର ଟେର୍ ପାଇ ପାରୁ ନାହାନ୍ତି। ବହୁ ମାତ୍ରାରେ ଚୋରା ମଦ ଜବତ କରାଯାଉଥିଲେ ମଧ୍ୟ ଏହା କେବଳ ବେପାରୀଙ୍କୁ ଧରି କାମ ସାରି ଦେଉଛି ପୁଲିସ। କିନ୍ତୁ ଏହା କେଉଁଠୁ ଆସୁଛି, ତାହାର ଖୋଳତାଡ଼ କରାଯାଉନାହିଁ। ତେଣୁ ମଦ ମାଫିିଆମାନେ ବେଧଡ଼କ ମଦ ତିଆରି ଚଳାଇଛନ୍ତି।
/sambad/media/post_attachments/wp-content/uploads/2022/01/mada2.jpg)
ସୂଚନା ପାଇଁ ହ୍ବାଟସଆପ୍ ନମ୍ବର ଜାରି କଲା ପୁଲିସ
ଭୁବନେଶ୍ବର : ରାଜଧାନୀ କେମିତି ଚୋରା ଓ ନକଲି ମଦରେ ଉବୁଟୁବୁ ହେଉଛି, ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଗତ ତିନି ଦିନ ଭିତରେ ରାଜଧାନୀରେ ସ୍ପେସାଲ ଡ୍ରାଇଭ୍ କରାଯାଇ ୩୩ଟି ମାମଲା ରୁଜୁ ସହ ୭୧୯ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଏହି ମାମଲାରେ ମଦ ବେପାରୀଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ତିନି ଦିନ ଭିତରେ ୭୫.୭୨ ଲିଟରେ ଚୋରା ବିଦେଶୀ, ୧୯୨.୯୫ ଲିଟର ଦେଶୀ ଓ ୪୫୧ ଲିଟର ନକଲି ଦେଶୀ ମଦ ଜବତ କରାଯାଇଛି। ଚନ୍ଦକା ଥାନାରେ ସର୍ବାଧିକ ୪ଟି ମାମଲା ରୁଜୁ ହୋଇଥିବା ବେଳେ ଖଣ୍ଡଗିରି ଓ ଜଟଣୀ ଥାନାରେ ୩ଟି ଲେଖାଏଁ ମାମଲା ରୁଜୁ ହୋଇଛି। ଚୋରା ନିଶା କାରବାର, ମଦ ବେପାର ଓ ରାସ୍ତାରେ ଘଟୁଥିବା ଅପରାଧ ସମ୍ପର୍କରେ ସୂଚନା ମିଳିଲେ ଭୁବନେଶ୍ବର କମିସନରେଟ ପୁଲିସର ହ୍ବାଟସଆପ୍ ନମ୍ବର(୭୦୭୭୭୯୮୧୧୧)ରେ ଜଣାଇବାକୁ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/mada-1.jpg)