ଭୁବନେଶ୍ବର: ଅଧିକାଂଶ ଦର୍ଶକ କେବଳ ମନୋରଂଜନ ପାଇଁ ଚଳଚ୍ଚିତ୍ର ଦେଖିବାକୁ ଯାଇଥାନ୍ତି। ନିଜ ମନରେ ଥିବା ଅବସାଦ ଚଳିଚ୍ଚିତ୍ରରେ ଦେଖିଲେ ଖୁସି ହୋଇଥାନ୍ତି। ଚଳଚ୍ଚିତ୍ର ନିର୍ମାତାମାନେ ସମ୍ବେଦନଶୀଳ, ହେଲେ ଚଳଚ୍ଚିତ୍ରର ବିତରଣକାରୀମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥାଏ। ଅଧିକାଂଶ ଚଳଚ୍ଚିତ୍ର ବିତରଣକାରୀ ଚଳଚ୍ଚିତ୍ରକୁ ଦେଖି ନ ଥାନ୍ତି। କିଛି ବ୍ୟବସାୟିକ ବ୍ୟକ୍ତି ବିତରଣକୁ କବ୍ଜା କରି ରଖିଛନ୍ତି। ଏଭଳି ପରିସ୍ଥିତିରେ ଦେଶରେ ଏକ ଦାୟିତ୍ବପୂର୍ଣ୍ଣ ଚଳଚ୍ଚିତ୍ର ନିର୍ମାଣ କରିବା କଷ୍ଟକର। ନିକଟରେ ଏଭଳି ଅବସ୍ଥା ଆରମ୍ଭ ହୋଇଛି ବୋଲି କହିଛନ୍ତି ପ୍ରସିଦ୍ଧ ଥିଏଟର କଳାକାର ତଥା ଏଫ୍ଟିଟିଆଇର ପୂର୍ବତନ ଡିଜି ମୋହନ ଆଗଶେ। ଆଜି ଭୁବନେଶ୍ବର ଆର୍ଟ ଟ୍ରେଲ୍ ବା ବ୍ୟାଟ୍ ପକ୍ଷରୁ ପାନ୍ଥନିବାସ ପରିସରରେ ‘ଇମାଜିନ୍ ସିଟିଜ୍ ଇନ୍ ମୁଭିଜ୍’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଫୋରମ୍ ଫର ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ଏଣ୍ଡ ରିସର୍ଚର ପ୍ରତିଷ୍ଠାତା ଚାରୁଦତ୍ତ ପାଣିଗ୍ରାହୀଙ୍କ ସଭାପିତତ୍ବରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ଆଗଶେ କହିଲେ, ଚଳଚ୍ଚିତ୍ର ନିର୍ମାଣରେ ଆବେଗ ଏକ ମୁଖ୍ୟ ଭୂମିକା ତୁଲାଇଥାଏ। ଜଣେ ବ୍ୟକ୍ତିଙ୍କ ନିକଟରେ ଆବେଗକୁ ତିଆରି କରିବାର କ୍ଷମତା ରହିବା ଆବଶ୍ୟକ। ଜୈବିକଭାବେ ଆବେଗ ତୁଳନାରେ ଭାବନା ଅଧିକ ସମୟ ପାଇଁ ମନରେ ରହିଥାଏ। ଠିକ୍ ସେହିପରି ଶବ୍ଦଠାରୁ କାର୍ଯ୍ୟ ଅଧିକ ଦିନ ପର୍ଯ୍ୟନ୍ତ ମନରେ ରହିଥାଏ। ତେଣୁ ଜଣଙ୍କର ଆବେଗ ଏତେ ଦକ୍ଷ ହେବା ଦରକାର ଯେ ତାହା ଭାବନାରେ ପରିବର୍ତିତ ହୋଇପାରିବ ଓ ଭାବନା ଭୂମିକାରେ ପରିବର୍ତିତ ହୋଇ ଅଭିନୟରେ ଜଣାପଡ଼ିବ। ତେଣୁ ଆବେଗ ଦକ୍ଷ ନ ହେବା ପର୍ଯ୍ୟନ୍ତ ଚଳଚ୍ଚିତ୍ର ଜରିଆରେ ଦେଖାଇବାର କୌଣସି ଯଥାର୍ଥତା ନାହିଁ ବୋଲି ଶ୍ରୀ ଆଗଶେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ନିର୍ମାତା ତଥା ପ୍ରଯୋଜକ ଧର୍ମାନନ୍ଦ ଭର୍ଣ୍ଣେକାର ଉପସ୍ଥିତ ଥିଲେ।
ବ୍ୟାଟ୍ ପକ୍ଷରୁ ‘ଇମାଜିନ୍ ସିଟିଜ୍ ଇନ୍ ମୁଭିଜ୍’ ଆଲୋଚନାଚକ୍ର
ଦାୟିତ୍ବପୂର୍ଣ୍ଣ ଚଳଚ୍ଚିତ୍ର ନିର୍ମାଣ କରିବା କଷ୍ଟକର
/sambad/media/post_attachments/wp-content/uploads/2018/12/Untitled-23-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)