ପ୍ରଥପ୍ରାନ୍ତ ନାଟକକୁ ଗୁରୁତ୍ୱ ମିଳୁ 

ବିଶ୍ୱ ନାଟ୍ୟ ଦିବସ ଅବସରରେ ପଥପ୍ରାନ୍ତ ନାଟକ ପ୍ରତିଯୋଗିତା

ଭୁବନେଶ୍ୱର: ବିଶ୍ୱ ନାଟ୍ୟ ଦିବସ ଅବସରରେ ସୂର୍ଯ୍ୟମ ଫାଉଣ୍ଡେସନ୍‌ ଓ ଓଡ଼ିଆ ଓ୍ଵାନ୍‌ ଅନୁଷ୍ଠାନ ପକ୍ଷରୁ ପ୍ରଥପ୍ରାନ୍ତ ନାଟକ ପ୍ରତିଯୋଗିତା ଏକାମ୍ରହାଟ ମୁକ୍ତାକାଶ ମଞ୍ଚରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଶ୍ୱରେ ପ୍ରଥପ୍ରାନ୍ତ ନାଟକର ଯେପରି ଚାହିଦା ରହିଛି, ଓଡ଼ିଶାରେ ମଧ୍ୟ ସେହିପରି ଭାବେ ବୃଦ୍ଧି କରାଯାଉ। ପ୍ରଥପ୍ରାନ୍ତ ନାଟକକୁ ସ୍କୁଲ, କଲେଜରେ ସୀମିତ ନ ରଖି ସବୁସ୍ତରରେ ଆଦୃତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା, ମୁଖ୍ୟବକ୍ତା ଭାବେ ସଙ୍ଗୀତ ନାଟକ ଏକାଡେମିର ପୂର୍ବତନ ସଂପାଦକ ଧୀରେନ୍ଦ୍ର ନାଥ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ ଓ ଚଳଚ୍ଚିତ୍ର ନିର୍ମାତା ହିମାଂଶୁ ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ବିଭିନ୍ନ କଲେଜର ୧୧ଟି ଟିମ୍‌ ନାଟକ ପରିବେଷଣ କରିଥିଲେ। ଏଥିରେ ବିଚାରକ ଭାବେ ନାଟ୍ୟ ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ, ନାଟ୍ୟ ନିର୍ଦ୍ଦେଶକ ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଫେସର୍‌ ସି.ଭି.ଏଲ୍‌. ଶ୍ରୀନିବାସ ଓ ଧାରାବାହିକ ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଟିମ୍‌କୁ ୧୫ ହଜାର ଓ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। କାର୍ଯ୍ୟକ୍ରମକୁ ସମରେଶ ରାଉତରାୟ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର