ଆଇଏମ୍‌ଏସ୍‌ ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ

ଭୁବନେଶ୍ୱର: ଇଷ୍ଟିଚ୍ୟୁଟ୍‌ ଅଫ୍‌ ମିଡିଆ ଷ୍ଟଡିଜ୍‌(ଆଇଏମ୍‌ଏସ୍‌)ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ଇଷ୍ଟିଚ୍ୟୁଟ୍‌ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଲୋକପ୍ରିୟତା ଦୌଡ଼: ଭାରତୀୟ ଟେଲିଭିଜନ୍‌ ଖବର ଉପସ୍ଥାପକଙ୍କ ମଧ୍ୟରେ ଯୁଦ୍ଧ’ ଶୀର୍ଷକରେ ଏକ ଆଲୋଚନାଚକ୍ର କରାଯାଇଥିଲା। ଅନୁଷ୍ଠାନର ନିର୍ଦେଶକ ଉପେନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଲାଇଭ୍‌ର ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଜଣେ ଖବରଦାତା ନିଜର ପରିଧି ଭିତରେ ରହି ଖବର ପ୍ରସାରଣର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଦରକାର ବୋଲି ସେ କହିଥିଲେ। ସେହିପରି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟଜିତ୍‌ ମିଶ୍ର ଓ ଇଟିଭି ଭାରତ (ଓଡ଼ିଆ)ର ରାଜ୍ୟ ଖବର ସଂଯୋଜିକା ସାରଦା ଲାହାଙ୍ଗୀର ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସାମ୍ବାଦିକ ମନୋଜ ପଣ୍ଡା, ବିଭିନ୍ନ ବିଭାଗର ଅଧ୍ୟାପକ/ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର