୧୪୩ ରେ’ ହିତାଧିକାରୀଙ୍କୁ ଘର ମିଳିଲା

ଭୁବନେଶ୍ବର: ବିଏମ୍‌ସି ପକ୍ଷରୁ ସତ୍ୟକାଳି ବେହେରା ସାହି ବସ୍ତିର ୧୪୩ଜଣ ହିତାଧିକାରୀଙ୍କୁ ଘର ଆବଣ୍ଟନ କରିଛି। ଦୀର୍ଘ ବର୍ଷ ହେଲା ଏହି ହିତାଧିକାରୀଙ୍କୁ ଗାଡ଼କଣ ସ୍ଥିତ ରଙ୍ଗମାଟିଆ ସ୍ଥାନାନ୍ତର ପ୍ରକଳ୍ପରେ ଘର ଯୋଗାଯାଇଛି। ସତ୍ୟନଗର ପାର୍କରେ ଆୟୋଜିତ ଏକ ସାଧାରଣ ସଭାରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ବିଶିଷ୍ଟ ସଂଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଅତିଥି ଭାବେ ଯୋ‌ଗଦେଇ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବାଣ୍ଟିଥିଲେ।

୨୦୧୩ ମସିହାରେ ବିଏମ୍‌ସି ପକ୍ଷରୁ ୱାର୍ଡ-୩୪ ସ୍ଥିତ ଏହି ବସ୍ତିରେ ରାଜୀବ ଆବାସ ଯୋଜନାରେ ସର୍ଭେ ହୋଇଥିବାବେଳେ ଦୁଇ ବର୍ଷ ହେଲା ହିତାଧିକାରୀଙ୍କୁ ଗୃହ ଆବଣ୍ଟନ ନେଇ ପ୍ରକ୍ରିୟା ଚାଲିଥିଲା। ଡକୁମେଣ୍ଟ ଯାଞ୍ଚ ପରେ ବସ୍ତିର ୨୮୦ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୪୩ଜଣଙ୍କୁ ଘର ଆବଣ୍ଟନ ହୋଇଛି। ଗାଡ଼କଣ ପ୍ରକଳ୍ପରେ ୬୦୦ ଘର ନିର୍ମାଣ ହୋଇଥିବାବେଳେ ଖୁବ୍‌ ଶୀଘ୍ର ୱାର୍ଡ-୯ର ତାରିଣୀ ବସ୍ତି, ଅରବିନ୍ଦ ବସ୍ତି, ୱାର୍ଡ ୧୨ରେ ଦାସରାଜ ବସ୍ତି, ପାତ୍ର ସାହି ବସ୍ତି ବାସିନ୍ଦାଙ୍କୁ ଘର ମିଳିବ ବୋଲି ବିଧାୟକ ଶ୍ରୀ ଜେନା କହିଥିଲେ। ହିତାଧିକାରୀଙ୍କୁ ଘର ଦେବାକୁ ୧,୨୦,୦୦୦ ଟଙ୍କା ଦେବାକୁ ପଡ଼ୁଛି। ଏହି କାର୍ଯ୍ୟକ୍ରମ‌େର ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ପୂର୍ବତନ କର୍ପୋରେଟରମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର