ଯୁବକଙ୍କ ଆକ୍ରମଣରେ ୱାର୍ଡ ସଭ୍ୟଙ୍କ ମୁଣ୍ଡ ଫାଟିଲା

ବାଲିପାଟଣା : ସ୍ଥାନୀୟ ମଝିହରା ପଞ୍ଚାୟତର ୱାର୍ଡ ସଭ୍ୟ ପ୍ରକାଶ ବାରିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଧନେଶ୍ବର ସାହୁ ନାମକ ଜଣେ ଯୁବକଙ୍କ ଆକ୍ରମଣରେ ତାଙ୍କ ମୁଣ୍ଡ ଫାଟିଛି। ଅଭିଯୁକ୍ତ ଫେରାର୍‌ ହୋଇ ଯାଇଥିବାରୁ ବାଲିପାଟଣା ଥାନା ପୁଲିସ ତାକୁ ଗିରଫ କରିପାରିନାହିଁ। ସୂଚନା ଅନୁସାରେ ବନମାଳିପୁର ଡେ଼ରାସାହି ଗ୍ରାମର ୱାର୍ଡ ସଭ୍ୟ ପ୍ରକାଶ ଗତକାଲି ରାତିରେ ବନମାଳିପୁର ଦେବୀ ପୂଜା ପଡ଼ିଆରେ ବୁଲୁଥିଲେ। ସେହି ଗାଁର ଧନେଶ୍ୱର ହଠାତ୍ ସେଠାରେ ପହଞ୍ଚି ତାଙ୍କୁ ଗାଳି କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। ଫଳରେ ପ୍ରକାଶଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର