ଖଣ୍ଡଗିରି: ଅନ୍ଧକାରରେ ରହୁଛି ହାତୀ ଉପଦ୍ରବ ଅଞ୍ଚଳ। ରାଜଧାନୀର ଷ୍ଟୁଡିଓ ଛକରୁ ଦାସପୁର ରାସ୍ତା ପର୍ଯ୍ୟନ୍ତ ରାତିରେ ବିଜୁଳି ଜଳୁ ନାହିଁ। ଏଥିଯୋଗୁଁ ଯେକୌଣସି ସମୟରେ ବଡ଼ ଧରଣର ଅଘଟଣର ଆଶଙ୍କା କରାଯାଉଛି। ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତାରେ ଲାଇଟ୍ ରହିଛି। କିଛି ଦିନ ହେଲା ବୈଷୟିକ ତ୍ରୁଟି ଯୋଗୁଁ ଲାଇଟ ଜଳୁ ନାହିଁ। ହେଲେ ଏଥିପ୍ରତି କାହାରି ଧ୍ୟାନ ନାହିଁ। ସଂଧ୍ୟା ହେଲେ ଏହି ଅଞ୍ଚଳକୁ ଅଧିକାଂଶ ଦିନ ହାତୀ ଆସେ। ଏଭଳି ସ୍ଥିତିରେ ଅନ୍ଧକାର ରାସ୍ତାରେ ଯାତ୍ରୀଙ୍କ ଯାତାୟାତ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଥାଶୀଘ୍ର ଏଠାରେ ଅଚଳ ଲାଇଟ୍ ସଜାଡ଼ିବାକୁ ଦାବି ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp