ଲିଙ୍ଗରାଜ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ରୁକୁଣା ରଥଯାତ୍ରା ଅବସରରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ଆଜି ଶ୍ରୀଲିଙ୍ଗରାଜ ମହୋତ୍ସବ ମହାସମାରୋହରେ ଆରମ୍ଭ ହୋଇଛି। ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମଧୁସୂଦନ ପାଢ଼ୀ, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, କଂଗ୍ରେସ ନେତା ଶିବାନନ୍ଦ ରାୟ, ବିଜେପି ନେତା ସମୀର ମହାନ୍ତି, କର୍ପୋରେଟର ଚନ୍ଦ୍ରଶେଖର ମଲ୍ଲିଆ, ହୃଦୟ ବଲ୍ଲଭ ସାମନ୍ତରାୟ, ଶିବପ୍ରସାଦ ବେହେରା, ଶିବ ନାରାୟଣ ରାୟ, ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ କର, ଭାଗବତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ଅନୁଷ୍ଠାନର ସଭାପତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ ଏବଂ ଲିଙ୍ଗରାଜ ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦେଶନାରେ ଓଡ଼ିଶୀ ନୃତ୍ୟ ହରିହର ସ୍ମୃତି, ଶ୍ରୀ ଗଜାନନ, ଶ୍ରୀରାମ ଭଜନ ପରିବେଷିତ ହୋଇଥିଲା। ବଲାଙ୍ଗୀର ନଟରାଜ ଅନୁଷ୍ଠାନ ପକ୍ଷରୁ ଲୋକନୃତ୍ୟ ଦୁଲୁଦୁଲି ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ଓଡ଼ିଶୀ ଡ୍ୟାନ୍‌ସ କ୍ରିଏସନ୍‌ ପକ୍ଷରୁ ଗୁରୁ ପଙ୍କଜ ପ୍ରଧାନଙ୍କ ନିର୍ଦେଶନାରେ ବିଶେଶ୍ୱର ବନ୍ଦନା ଓ ‘ଏଇ ମୋର ଗାଁ’ ପରିବେଷଣ କରାଯାଇଥିଲା। ପୁରୀର ରଂଗଶାଳା ବିକ୍ରମ ସାହୁଙ୍କ ନିର୍ଦେଶନାରେ ନୃତ୍ୟଡ୍ରାମା, କେନ୍ଦ୍ରୀୟ ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ ପକ୍ଷରୁ କୋଲ୍‌କାତା କିଣ୍‌କିଣ୍‌ ମ୍ୟୁଜିକ୍‌ ଏକାଡେମି କଳାକାରମାନେ ରିଙ୍କି ଘୋଷଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନଟରାଜ ନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର