ଶିବାନନ୍ଦ ଶତବାର୍ଷିକୀ ବାଳକ ଉଚ୍ଚବିଦ୍ୟାଳୟର ହଷ୍ଟେଲ ଉଦ୍‌ଘାଟିତ

ଭୁବନେଶ୍ୱର : ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ବାଳକ ଉଚ୍ଚବିଦ୍ୟାଳୟର ନୂଆ ହଷ୍ଟେଲ ଗୃହ ‘ଡିଭାଇନ୍‌ ଏବୋଡ୍‌’ ଆଜି ଉଦ୍‌ଘାଟିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ହଷ୍ଟେଲକୁ ଉଦ୍‌ଘାଟନ୍‌ କରିବା ସହ ଉଚ୍ଚ ମାଧ୍ୟମିକ ବ୍ଲକ୍‌ର ଶିଳାନ୍ୟାସ କରିଥିଲେ। ଅନୁଷ୍ଠାନର ସଭାପତି ସ୍ୱାମୀ ଶିବଚିଦାନନ୍ଦ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ। ଏଥିରେ ସ୍ୱାମୀ ଜଗନ୍ନାଥାନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ରାଜୀବ ଶେଖର ସାହୁ ନୈତିକତା ଏବଂ ଆଧ୍ୟାତ୍ମିକ ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଏସ୍‌.ଏନ୍‌ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର