ଭୁବନେଶ୍ୱର : ଭୁବନେଶ୍ୱର ଶିଳ୍ପ ତାଲିମ କେନ୍ଦ୍ରରେ ଯୁବ ରେଡକ୍ରସ୍ ୟୁନିଟ୍ର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଯୁବ ରେଡକ୍ରସ୍ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। କିଛି ଅନୁଷ୍ଠାନ ଓ ସାମାଜିକ କର୍ମୀଙ୍କ ପାଇଁ ଭୁବନେଶ୍ୱର କିପରି ଏକ ନମ୍ବର ସ୍ମାର୍ଟସିଟି ହୋଇପାରିଛି ସେ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୁବ ରେଡକ୍ରସ୍ ନିର୍ବାହୀ ଡା. କଳ୍ପନା ଦାସ ଯୋଗଦେଇ ଯୁବଗୋଷ୍ଠୀଙ୍କୁ ସାମାଜିକ କାମ ଦ୍ୱାରା ସମାଜର ବିକାଶ କିପରି ହୋଇପାରିବ ତାହା କହିଥିଲେ। ଶିଳ୍ପ ତାଲିମ୍ କେନ୍ଦ୍ରର ଅଧ୍ୟକ୍ଷା ଜିତା ମିତ୍ରା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର ଅଧ୍ୟାପକ ତଥା ସମାଜସେବୀ ଲକ୍ଷ୍ମଣ ସ୍ୱାଇଁ, ଅଧ୍ୟାପକ ସତ୍ୟଜିତ୍ ବାରିକ, ତାଲିମ ଅଧ୍ୟକ୍ଷ ବିଭୂତି ମହାପାତ୍ର, ଅଧ୍ୟାପିକା ନିଳିନୀ ତ୍ରିପାଠୀ ଓ ବନ୍ଦନା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ପ୍ରାୟ ପାଞ୍ଚଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ କଟକ ରେଡକ୍ରସରୁ ଚାରିଜଣ ରକ୍ତଦାନ କରିଥିଲେ।
ଯୁବ ରେଡକ୍ରସ୍ ୟୁନିଟ୍ର ଉଦ୍ଘାଟନ ଉତ୍ସବ
/sambad/media/post_attachments/wp-content/uploads/2018/01/youth-redcross.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)