୧୬ରେ ଜୟଆଲୁକ୍କାସ୍ ଜୁଏଲାରି ସୋ’ରୁମ୍‌ ଉଦ୍‌ଘାଟନ

ଭୁବନେଶ୍ବର: ଜୟଆଲୁକ୍କାସ୍ ଜୁଏଲାରି ଭୁବନେଶ୍ବରରେ ଏହାର ପ୍ରଥମ ସୋ’ରୁମ୍ ଖୋଲିବାକୁ ଯାଉଛି। ଏହି ଅତ୍ୟାଧୁନିକ ସୋ’ରୁମ ବିଶ୍ବସ୍ତରୀୟ ଶୈଳୀ ଅନୁଯାୟୀ ଡିଜାଇନ ହୋଇଛି। ଏଥିରେ ରହିଥିବା ପ୍ରିମିୟମ ବୈଶିଷ୍ଟ୍ୟ ଓ ସୁବିଧା ଅଳଙ୍କାର ପ୍ରେମୀମାନଙ୍କୁ ସୁଖଦ ତଥା ଅଭିନବ ସପିଙ୍ଗ ଅନୁଭୂତି ପ୍ରଦାନ କରିବ। ଆସନ୍ତା ୧୬ତାରିଖ ପୂର୍ବାହ୍ନ ସା‌ଢ଼େ ୧୧ଟାରେ ସେ’ରୁମ୍‌ର ଉଦ୍‌ଘାଟନୀ ସମାରୋହ ଆୟୋଜନ କରାଯିବ। ଏହି ପ୍ରସ୍ତାବିତ ସୋ’ରୁମ୍‌ ଆଧୁନିକ ସାଜସଜ୍ଜା ସହିତ ଭୁବନେଶ୍ବର ବାସିନ୍ଦାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯଥେଷ୍ଟ ସପିଙ୍ଗ ଏବଂ ପାର୍କିଂ ସ୍ଥାନ ରଖାଯାଇଛି। ସୋ’ରୁମ୍ ଉଦ୍‌ଘାଟନ ଅବସରରେ ଆକର୍ଷଣୀୟ ଅଫରର ବ୍ୟବସ୍ଥା ମଧ୍ୟ କରାଯାଇଛି। ନୂଆ ସୋ’ରୁମ୍‌ ଉଦ୍‌ଘାଟନ ସମ୍ପର୍କରେ ସୂଚନା ଦେଇ ଜୟଆଲୁକ୍କାସ୍ ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଜୟ ଆଲୁକ୍କାସ୍‌ କହିଛନ୍ତି, ଆମେ ଅତୁଳନୀୟ ଗହଣ କିଣିବା ଅନୁଭୂତି ପ୍ରଦାନ କରିବା ଲାଗି ସଂକଳ୍ପବଦ୍ଧ ଏବଂ ଭୁବନେଶ୍ବରର ବାସିନ୍ଦା ନିଶ୍ଚିତ ଭାବେ ଏହି ଅନୁଭୂତି ହାସଲ କରିପାରିବେ। ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ, ଆମେ ସେମାନଙ୍କୁ ଶ୍ରେଷ୍ଠ ଓ ବ୍ୟାପକ ଅଳଙ୍କାର ସମ୍ଭାର ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛୁ।

ସମ୍ବନ୍ଧିତ ଖବର