ଭୁବନେଶ୍ବର: ୱାର୍ଡ ନମ୍ବର ୫୭ରେ ମୀନାବଜାର ଶୁଭାରମ୍ଭ

ପୁରୁଣା ଭୁବନେଶ୍ବର: ବିଏମ୍‌ସିର ୱାର୍ଡ ନଂ ୫୭ ଅନ୍ତର୍ଗତ ବଡଗଡ ବ୍ରିଟ୍ କଲୋନି ସ୍ଥିତ ନେତାଜୀ ଖେଳ ପଡ଼ିଆରେ ମୀନାବଜାରର ଶୁଭାରମ୍ଭ ହୋଇଯାଇଛି। ଏହାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଏମ୍‌ସି ମେୟର ସୁଲୋଚନା ଦାସ ଉଦ୍‌ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ସନ୍ତୋଷ କୁମାର ସିଂହ, ଅଜିତ୍ କୁମାର ବେହେରା, ନେତାଜୀ ଯୁବକ ସଂଘର ସମ୍ପାଦକ ବୃନ୍ଦାବନ ଦାସ, କୋଷାଧ୍ୟକ୍ଷ ଦୀପକ କୁମାର ବେହେରା, ମନୋଜ କୁମାର ପାଢ଼ୀ, ବରିଷ୍ଠ ନାଗରିକ ବରେନ୍ଦ୍ର କୃଷ୍ଣ ଧଳ, କାଶୀନାଥ ଦାସ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ତଥା ପୂର୍ବତନ କର୍ପୋରେଟର ଅଶୋକ ସିଂହ, ନେତାଜୀ ଯୁବକ ସଂଘର ପୂର୍ବତନ ସଭାପତି ଉମାଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ମୀନାବଜାରରେ ରାମଦୋଳି, ଟୋରା ଟୋରା, ଚାନ୍ଦତାରା, ଡ୍ରାଗନ୍ ଟ୍ରେନ୍, ବ୍ରେକ୍ ଡ୍ୟାନ୍ସ ଭଳି ବିଭିନ୍ନ ପ୍ରକାର ଆକର୍ଷଣୀୟ ଦୋଳି, ଶିଶୁମାନଙ୍କର ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ୱାଟର ବୋଟ୍ ଆଦି ସାମିଲ ହୋଇଛି।

ସମ୍ବନ୍ଧିତ ଖବର