ଆୟକର ବିଭାଗ ଦ୍ବାରା ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଭୁବନେଶ୍ବର: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ଆୟକର ବିଭାଗର କର୍ମଚାରୀମାନେ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଆୟକର ଆୟୁକ୍ତ ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ବରେ ବିଭାଗର ବିଭିନ୍ନ ପଦାଧିକାରୀ ଓ କର୍ମଚାରୀମାନେ ରାଜସ୍ୱ ବିହାର ସ୍ଥିତ ସମସ୍ତ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ରାଜସ୍ୱ କଲୋନି, ଆୟକର ଭବନର ସମ୍ମୁଖବର୍ତ୍ତୀ ୧୬ନଂ ଜାତୀୟ ରାଜପଥକୁ ପରିଷ୍କାର ଓ ପରିଚ୍ଛନ୍ନ କରିଥିଲେ। ଏହାସହ ଉତ୍କଳ ବିଶ୍ବବିଦ୍ୟାଳୟର ଦୂର ଓ ନିରନ୍ତର ଶିକ୍ଷା ନିର୍ଦେଶାଳୟ ଓ ସହିଦ ନଗରକୁ ସଂଯୋଗ କରୁଥିବା ଫ୍ଲାଏ ଓଭର ତଳେ ଥିବା ଅଣ୍ଡର ପାସଟିରେ ଜମି ରହିଥିବା ଅଳିଆ ଅ‌ାବର୍ଜନାକୁ କର୍ମଚାରୀମାନେ ସଫେଇ କରିଥିଲେ। ଆଗକୁ ମଧ୍ୟ ଏପରି ଜାରି ରହିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର