ପୁରୁଣା ଭୁବନେଶ୍ୱର: ଗୋତି ଶ୍ରମିକ ସମସ୍ୟାର ସମାଧାନ ଓ ନିରାକାଣ ଦାବି କରି ଆଜି ଭାରତୀୟ ମଜଦୁର ସଂଘ ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସେମାନେ ୧୧ଦଫା ଦାବି ନେଇ ଅନଶନ କରିଥିଲେ। ସେମାନେ ଦାବି କରିଥିଲେ ଯେ, ସୁପ୍ରିମ କୋର୍ଟଙ୍କ ଆଦେଶ ମୁତାବକ ଠିକାଦାର ପରିବର୍ତ୍ତନ ସମୟରେ, ସ୍ଥାୟୀ କାର୍ଯ୍ୟରେ ନିଯୁକ୍ତି ଠିକା କର୍ମଚାରୀମାନଙ୍କୁ ଛଟେଇ ନକରିବା ପାଇଁ ଉତ୍ତରଦାୟୀ ରହିବାକୁ ରାଜ୍ୟ ସରକାର କଡ଼ା ନିର୍ଦେଶ ଜାରି କରନ୍ତୁ। ମନରେଗା ଯୋଜନାରେ ସର୍ବନିମ୍ନ ୨ଶହ ଦିନର କାମ କେବିକେ ଓ ଅନ୍ୟାନ୍ୟ ଜିଲ୍ଲାର ଶ୍ରମଜୀବୀଙ୍କୁ ଯୋଗାଇ ଦିଆଯାଉ। ଦାଦନ ଓ ସମସ୍ତ ସରକାରୀ ଯୋଜନା ଅନ୍ତର୍ଗତ ଶ୍ରମିକମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ପାରିଶ୍ରମିକ ପ୍ରଦାନକୁ ସୁନିଶ୍ଚିତ କରାଯାଉ। ନିର୍ଦ୍ଦିଷ୍ଟ ସମୟରେ ପଦୋନ୍ନତି ପୂର୍ବକ ଦରମା ବୃଦ୍ଧି କରିବା ଆଦି ଦାବି କରିଥିଲେ।
ଭାରତୀୟ ମଜଦୁର ସଂଘ ପକ୍ଷରୁ ଧାରଣା
/sambad/media/post_attachments/wp-content/uploads/2018/06/m1-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)