ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସର ୩୧ତମ ରାଜ୍ୟ ପୁରସ୍କାର ଉତ୍ସବ ଆଜି ଅପରାହ୍ନରେ ରାଜଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସଂସ୍ଥାର ପୃଷ୍ଠପୋଷକ ତଥା ରାଜ୍ୟପାଳ ଡ.ଏସ୍.ସି. ଜମିର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଭାରତ ସ୍କାଉଟସ୍ ଓ ଗାଇଡ଼୍ ସଂଗଠନ ଅତୀତରେ ବହୁ ସେବାମୂଳକ କାର୍ଯ୍ୟନିର୍ବାହ କରି ପୃଥିବୀରେ ସର୍ବ ବୃହତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରୂପେ ନିଜର ଗୌରବ ବଜାୟ ରଖିଛି ଏବଂ ଭବିଷ୍ୟତରେ ନିଶ୍ଚିତ ଭାବେ ଏହାକୁ ଅତୁଟ ରଖିବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮୨୧ ଜଣ ସ୍କାଉଟ, ଗାଇଡ଼, ରୋଭର ରେଂଜର, କବ ବୁଲବୁଲ, ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପଟେନଙ୍କ ସମେତ ଜିଲ୍ଲା ପଦାଧିକାରୀ ଉକ୍ତ ଉତ୍ସବରେ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟର ପ୍ରଥମ ମହିଳା ଆଲମେଲା ଜମିର, ରାଜ୍ୟ ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପଧ୍ୟକ୍ଷା ବିଷ୍ଣୁଚରଣ ଦାସ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ଅବସରପ୍ରାପ୍ତ ନ୍ୟାୟାଧୀଶ ମନୋରଞ୍ଜନ ମହାନ୍ତି, ରାଜ୍ୟ ମୁଖ୍ୟ କମିସନର କାଳି ପ୍ରସାଦ ମିଶ୍ର, ରାଜ୍ୟ ସ୍କାଉଟ କମିସନର ଧ୍ରୁବଚରଣ ପରିଡ଼ା, ରାଜ୍ୟ ଗାଇଡ୍ କମିସନର ସିପ୍ରା ନାୟକ, ରାଜ୍ୟ ସଂପାଦକ ରାମମୂର୍ତ୍ତି ଦୋରାଙ୍କ ସମତେ ସମସ୍ତ ପଦାଧିକାରୀ , ଜିଲ୍ଲା ଓ ରାଜ୍ୟସ୍ତରୀୟ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚରଣ ଦାସଙ୍କୁ ରାଜ୍ୟପାଳ ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସ୍କାଉଟ ଗାଇଡ୍ ସଂଗଠନର କାର୍ଯ୍ୟକୁ ବ୍ୟାପକ କରିବା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ସଂପାଦନା ହେତୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ମୁଣ୍ଡଳୀ ଶାଖାର କମାଣ୍ଡାଣ୍ଟ ଜାକବ କିସ୍ପୋଟାଙ୍କୁ ସମ୍ମାନିତ କରିବା ସହିତ ବରଗାଁଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ନାୟକଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ରାଜ୍ୟ କମିସନର କାଳି ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମସ୍ତ କର୍ମକର୍ତ୍ତା ବୃନ୍ଦ ଏହାକୁ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ। ଶେଷରେ ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଉପସଭାପତି ମନୋରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ସ୍କାଉଟ୍ସ୍ ଓ ଗାଇଡସ୍ ଗୌରବ ବଜାୟ ରଖୁ : ରାଜ୍ୟପାଳ
ଭାରତ ସ୍କାଉଟ୍ସ୍ ଓ ଗାଇଡସ୍ ସଂଗଠନର ୩୧ତମ ରାଜ୍ୟ ପୁରସ୍କାର ଉତ୍ସବ
/sambad/media/post_attachments/wp-content/uploads/2018/03/m10-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)