ଭୁବନେଶ୍ୱର: ମଞ୍ଚରେ ଚାଲିଥିଲା ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ବର୍ଣ୍ଣନା। ସକଳ ସୌନ୍ଦର୍ଯ୍ୟର ଊର୍ଧ୍ୱରେ ସେ, ତାହା ନିଜ ପାଦର ଛନ୍ଦ ଓ ହାତର ମୁଦ୍ରାରେ ବଖାଣୁଥିଲେ ନୃତ୍ୟଶିଳ୍ପୀ। ମୀରାଙ୍କଠାରୁ କାହିଁ କେତେ ଗୁଣ ସୁନ୍ଦର ଓ କାମଦେବଙ୍କ ଭଳି ଅନନ୍ୟ ରୂପ ବୋଲି ମୀରା କହୁଥିବା, ନୃତ୍ୟଶିଳ୍ପୀ ଶୁଭଶ୍ରୀ ପଟ୍ଟନାୟକ ଉପସ୍ଥାପନ କରିଥିଲେ ନିଜ କୁଚୁପୁଡ଼ି ନୃତ୍ୟ ‘ମାରକଥା ମଣିମେୟ ଚେଲା’ ମାଧ୍ୟମରେ। ମଞ୍ଚ ଉପରେ ନୁହେଁ, ଥାଳିର ଧାରରେ ସେ କରିଥିବା ଏହି ନୃତ୍ୟ ଦର୍ଶକଙ୍କୁ ଅପଲକ ନୟନରେ ଚାହିଁ ରହିବାକୁ ବାଧ୍ୟ କରିଥିଲା। ଅବସର ଥିଲା ‘ନୃତ୍ୟଧାମ’ ନୃତ୍ୟାନୁଷ୍ଠାନ ପକ୍ଷରୁ ଆୟୋଜିତ ‘ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସମାରୋହ’ର ଶେଷ ସଂଧ୍ୟା। ନୃତ୍ୟଶିଳ୍ପୀ ପଙ୍କଜ ପ୍ରଧାନ, ମନୋଜ ପ୍ରଧାନ ଓ ସୁରଜ ସାହୁଙ୍କ ଓଡ଼ିଶୀ ନୃତ୍ୟ ଏବଂ ଜାମ୍ସେଦ୍ପୁରର ତରିତ୍ ସରକାରଙ୍କ କଥକ ନୃତ୍ୟ ସହ ଶୁଭଶ୍ରୀଙ୍କ କୁଚୁପୁଡ଼ିି ଓ ଭାରତନାଟ୍ୟମ୍ ନୃତ୍ୟ ଦର୍ଶକଙ୍କ କରତାଳି ସାଉଁଟିଥିଲା। ଆଜିର କାର୍ଯ୍ୟକ୍ର୍ରମରେ ଡ. ସ୍ନେହପ୍ରଭା ସାମନ୍ତରାୟ, ଗୁରୁ ଦୁର୍ଗାଚରଣ ରଣବୀର ଓ ସଙ୍ଗୀତା ଗୋସାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ନୃତ୍ୟ ବଖାଣିଲା ଶ୍ରୀକୃଷ୍ଣଙ୍କ ସୌନ୍ଦର୍ଯ୍ୟର ଗାଥା
ଶେଷ ହେଲା ‘ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସମାରୋହ’
/sambad/media/post_attachments/wp-content/uploads/2018/02/m5-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)