ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି, ଜନ୍ମନେଲା ଗୟଳ ଛୁଆ

ବାରଙ୍ଗ: କରୋନା ମହାମାରୀ କାଳରେ ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ପର୍ଯ୍ୟଟକଙ୍କ ଲାଗି ବନ୍ଦ ଥିବା ବେଳେ ୪୩ ନମ୍ବର ଖୁଆଡ ମଧ୍ୟରେ ଆଜି ନୂଆ ଅତିଥି ଭାବେ ଜନ୍ମ ନେଇଛି ଏକ ଭାରତୀୟ ଗୟଳ ଛୁଆ । ମା’ ଗୟଳଟି ତା ପ୍ରଥମ ଗର୍ଭରୁ ଜନ୍ମିତ ଛୁଆଟିକୁ କ୍ଷୀର ପାନ କରାଇ ଯତ୍ନ ନେଉଛି । ନନ୍ଦନକାନନର ଗୟଳ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ଏହା ମଧ୍ୟରେ ୨ଟି ଲେଖାଏଁ ପୁରୁଷ, ମାଈ ଓ ଲିଙ୍ଗ ଚିହ୍ନଟ ହୋଇନଥିବା ଛୁଆଟି ଅଛି ।

ସୂଚନାଯୋଗ୍ୟ, ୨୦୧୫ ମସିହା ମେ’ ମାସ ୨୬ ତାରିଖରେ ଏକ ହଳ ଭାରତୀୟ ଗୟଳକୁ ପଂଜାବର ଛତବୀର ଚିଡିଆଖାନାରୁ ନନ୍ଦନକାନନକୁ ଅଣାଯାଇଥିଲା । ଏହି ଯୋଡ଼ି ୪ଟି ଛୁଆଙ୍କୁ ଜନ୍ମ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨ଟିଙ୍କର ମୃତ୍ୟୁ ହୋଇଥିଲା । ଏବେ ଜିବୀତ ଥିବା ୨ଟିଙ୍କ ମିଳନରୁ ଆଜିର ଛୁଆଟି ଜନ୍ମ ନେଇଛି ।

ସମ୍ବନ୍ଧିତ ଖବର