ଭୁବନେଶ୍ବର: ଆସନ୍ତା ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଭାରତୀୟ ରୋଡ୍ସ୍ କଂଗ୍ରେସ୍(ଆଇଆରସି)। ଜନତା ମଇଦାନରେ ୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦେଶ ବିଦେଶର ଯନ୍ତ୍ରୀ, ବିଶେଷଜ୍ଞମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତାହାକୁ ଦୃଷ୍ଟିରେ ରଖି ସଜେଇ ହେଉଛି ଭୁବନେଶ୍ୱର। ଖାଲଥିବା ଅସଜଡ଼ା ରାସ୍ତାଗୁଡ଼ିକୁ ମରାମତି କରାଯାଇ ଚକାଚକ୍ କରାଯାଉଛି। ସମ୍ପୂର୍ଣ୍ଣ ରାଜଧାନୀ ସଜେଇ ହେବା ସହ ବିଭିନ୍ନ ସ୍ଥାନରେ ସଫେଇ ଚାଲିଛି। ରାସ୍ତାକାମ ଓ ସଫେଇ ସହିତ ସାଜସଜ୍ଜା ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ଆଜି ସହରର ବିଭିନ୍ନ ସ୍ଥାନ ବୁଲି ତଦାରଖ କରିଛନ୍ତି। ସହରକୁ ସଫା ରଖିବା ସହିତ ବିମାନବନ୍ଦରରୁ ଜନତା ମଇଦାନ ସମେତ ନନ୍ଦନକାନନ, ଖଣ୍ଡଗିରି-ଉଦୟଗିରି, ଲିଙ୍ଗରାଜ ମନ୍ଦିର ପରି ଐତିହ୍ୟ ସ୍ଥାନଗୁଡ଼ିକର ନବକଳେବର ଚାଲିଛି। ହାତରେ ଆଉ ଦୁଇ ଦିନ ବାକି ଥିବା ବେଳେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। କିଛି ମାସର ବ୍ୟବଧାନ ପରେ ପୁଣିଥରେ ସବୁ କିଛି ନୂଆ ନୂଆ ଲାଗୁଛି। ସହରର କାନ୍ଥଠାରୁ ଆରମ୍ଭ କରି ରାଜରାସ୍ତା ସବୁଆଡ଼େ ରଙ୍ଗ ବେରଙ୍ଗର ଚିତ୍ର, ପୁଣି ବିଭିନ୍ନ ଛକରେ ଆକର୍ଷୀୟ ହୋଡିଂ ଲାଗୁଛି।
ସୂଚନା ଅନୁଯାୟୀ ୫ ଦିନ ଧରି ଏହି ସମାବେଶ ଚାଲିବ। ଯେଉଁଥିରେ ଦେଶ, ବିଦେଶର ୩୫୦୦ ପ୍ରତିନିଧି ସାମିଲ ହେବେ। ମୋଟ ୧୯ଟି ଅଧିବେଶନରେ ରାସ୍ତା ନିର୍ମାଣର ନକ୍କା ପ୍ରସ୍ତୁତ ହେବ। ଆସନ୍ତା ୬ ତାରିଖରେ ବୈଷୟିକ ପ୍ରଦର୍ଶନୀ ଉଦ୍ଘାଟିତ ହେବାକୁ ଥିବା ବେଳେ ୭ ତାରିଖ ପୂର୍ବାହ୍ନ ୧୦ଟାରେ ସମାବେଶ ଉଦ୍ଘାଟିତ ହେବ। ପ୍ରଥମ ଦିନ ୫ଟି ବୈଷୟିକ ଅଧିବେଶନରେ ବିଶେଷଜ୍ଞମାନଙ୍କୁ ନେଇ ମାନସମନ୍ଥନ କରାଯିବ। ୮ ତାରିଖ ପୂର୍ବାହ୍ନରେ ଜାତୀୟ ରାଜପଥ ରିସର୍ଚ୍ଚ ବୋର୍ଡର ବୈଠକ ଅନୁଷ୍ଠିତ ସହ ୭ଟି ବୈଷୟିକ ଅଧିବେଶନ ଆୟୋଜିତ ହେବ। ନଭେମ୍ବର ୯ ପୂର୍ବାହ୍ନରେ ପ୍ରମୁଖ ଶାସନ ସଚିବ, ଇଆଇସି, ମୁଖ୍ୟଯନ୍ତ୍ରୀମାନଙ୍କ ସମ୍ମିଳନୀ ହେବା ପରେ ୭ଟି ଅଧିବେଶନରେ ବିଭିନ୍ନ ରାଜ୍ୟର ଅଧିକାରୀମାନେ ସାମିଲ ହୋଇ ବିଭିନ୍ନ ବିଷୟରେ ମତପ୍ରକାଶ କରିବେ। ୧୦ ତାରିଖରେ ୨୩୬ତମ କାଉନସିଲ୍ ବୈଠକ ପରେ ଅତିଥିମାନେ ପୁରୀ, କୋଣାର୍କ ଓ ଭୁବନେଶ୍ବରର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଯିବାର କାର୍ଯ୍ୟକ୍ରମ ରହିଛି।
ମହିଳାମାନଙ୍କ ଦ୍ବାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଏଥରକ ଆକର୍ଷଣ ପାଲଟିବ। ୭ରୁ ୯ ତାରିଖ ମଧ୍ୟରେ ଗୀତ ଗୋବିନ୍ଦ ପରିବେଷଣ, ଲାଇଭ୍ସ୍ୟାଣ୍ଡ ଆନିମେସନ୍, ଧୁଡୁକି ନୃତ୍ୟ ପରିବେଷଣ, ଫ୍ୟାସନ୍ସୋ’, ରାମ୍ପ ସୋ’, ମ୍ୟୁଜିକାଲ ସେସନ୍ରେ ସେମାନେ ଭାଗ ନେବେ। ଜନତା ମଇଦାନରେ ବିଶାଳ ଉଦ୍ଘାଟନୀ ହଲ୍ରହିଥିବା ବେଳେ ଗୋଟିଏ ଲେଖାଏଁ କଳାକାରଙ୍କ ଗ୍ରିନ୍ରୁମ୍, ଭିଭିଆଇପି ଲାଉଞ୍ଜ, ପ୍ରଦର୍ଶନୀ ହଲ୍ରହିଛି। ଦୁଇଟି ବୈଷୟକ ଅଧିବେଶନ ହଲ୍, ଭିଆଇପି ସମେତ ଅନ୍ୟ ଅତିଥିଙ୍କ ପାଇଁ ଭିନ୍ନ ଭିନ୍ନ ଡାଇନିଂ ଏରିଆ, ମେଡିକାଲ, କାଉନସେଲିଂ ମିଟିଂ ହଲ୍, ମିଡିଆ ଲାଉଞ୍ଜ, ପଞ୍ଜୀକରଣ ରୁମ୍ପରି ବିଭିନ୍ନ ବିଭାଗରେ ବିଭକ୍ତ ହୋଇଛି। ସୁରକ୍ଷା ପାଇଁ ପୁଲିସ, ଅଗ୍ନିଶମ ଷ୍ଟଲ ସହ ସିସିଟିଭି ସର୍ଭେଲାନ୍ସ ରୁମ୍ହୋଇଛି।
‘ଭାରତୀୟ ରୋଡ୍ସ୍କଂଗ୍ରେସ’କୁ ସଫଳ କରିବା ପାଇଁ ସବୁସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ବିମାନବନ୍ଦରରୁ ଜୟଦେବ ବିହାର ଦେଇ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତାର ଡିଭାଇଡରକୁ ସୁନ୍ଦର କରାଯାଇଛି। ସ୍ଥାନେ ସ୍ଥାନେ ବିଭିନ୍ନ ପ୍ରଜାତିର ଅର୍ଣ୍ଣାମେଣ୍ଟ ବୃକ୍ଷରୋପଣ ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଯନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଜନତା ମଇଦାନ ରାସ୍ତାପାର୍ଶ୍ବରେ ରୋଡ୍ସ୍କଂଗ୍ରେସ୍ଲୋଗୋ ଥିବା ପୋଷ୍ଟର ଓ ହୋଡିଂ ଲଗାଯାଇଛି। ଅଦରକାରୀ ସାମଗ୍ରୀ ବ୍ୟବହାର କରି ମଇଦାନର ସୌନ୍ଦର୍ଯ୍ୟ ବଢ଼ାଯାଇଛି। ସମ୍ପୂର୍ଣ୍ଣ ପଡ଼ିଆକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବା ସହ ରୋଡ୍ସମ୍ପର୍କିତ ବିଭିନ୍ନ ଥିମ୍ଏଠାରେ ପ୍ରଦର୍ଶିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/04/untitled-6-2025-11-04-06-24-34.jpg)