ଭୁବନେଶ୍ବର: ଭାରତୀୟ ସମାଜ ବିଜ୍ଞାନ କ˚ଗ୍ରେସର ୪୨ତମ ଅଧିବେଶନ ଆଜି କିଟ୍ ବିଶ୍ବବିଦ୍ୟାଳୟରେ ଉଦ୍ଘାଟିତ ହୋଇଛି। ମଣିପୁର ରାଜ୍ୟପାଳ ଡ. ନଜମା ହେପତୁଲ୍ଲା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଲେ, ବିଜ୍ଞାନ ଓ ସମାଜବିଜ୍ଞାନ କ୍ଷେତ୍ରରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ବିଜ୍ଞାନ ଓ ସମାଜବିଜ୍ଞାନର ସମସ୍ତ କ୍ଷେତ୍ର ଏକାଠି ହୋଇ କାର୍ଯ୍ୟ କରିବା ଉଚିତ। ସମାଜ ବିଜ୍ଞାନରେ ବୈଜ୍ଞାନିକ ଦୃଷ୍ଟିକୋଣ ରହିବା ଆବଶ୍ୟକ। ସମାଜବିଜ୍ଞାନୀ ଓ ବୈଜ୍ଞାନିକମାନେ ଏକାଠି ହୋଇ କାର୍ଯ୍ୟ କଲେ ସମାଜର ତୃଣମୂଳସ୍ତରରେ ଲୋକେ ଅଧିକ ଉପକୃତ ହୋଇପାରିବେ। ଇନ୍ଷ୍ଟିଚ୍ୟୁଟ୍ ବାୟୋ ରିସୋର୍ସେସ ଆଣ୍ତ ସଷ୍ଟେନେବଲ ଡେଭଲପମେଣ୍ଟ (ଆଇବିଏସଡି)ର ନିର୍ଦ୍ଦେଶକ ପ୍ରଫେସର ଦୀନବନ୍ଧୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ବିଜ୍ଞାନ କ୍ଷେତ୍ରରେ ସମାଜ ବିଜ୍ଞାନର ଆବଶ୍ୟକତା ରହିଛି। ସମାଜର ବିକାଶ ପାଇଁ ବୈଜ୍ଞାନିକ ଓ ସମାଜ ବିଜ୍ଞାନୀମାନେ ପରସ୍ପରଠାରୁ ଜ୍ଞାନ ଆହରଣ କରି ତାହାକୁ ଜନକଲ୍ୟାଣରେ ଲଗାଇ ପାରିବେ। ଭାରତୀୟ ସମାଜ ବିଜ୍ଞାନ ଏକାଡେମି ତଥା ୪୨ ତମ ଭାରତୀୟ ସମାଜ ବିଜ୍ଞାନ କ˚ଗ୍ରେସର ସଭାପତି ପ୍ରଫେସର ବିନୋଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତ ତାଙ୍କ ବାର୍ତ୍ତାରେ ଭାରତୀୟ ସମାଜ ବିଜ୍ଞାନ ଏକାଡେମିର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। କିଟ୍ ବିଶ୍ବବିଦ୍ୟାଳୟର କୁଳସଚିବ ତଥା ଆୟୋଜନ କମିଟିର ସମ୍ପାଦିକା ଡ. ସସ୍ମିତା ସାମନ୍ତ ସ୍ବାଗତ ଭାଷଣ ଦେଇଥିବା ବେଳେ ଏକାଡେମିର ସାଧାରଣ ସମ୍ପାଦକ ଡ. ଏନ ପି ଚୌବେ, ଉପସଭାପତି ପ୍ରଫେସର ଭି ଏନ ଭୋରାସ୍କର, ପୂର୍ବତନ ସଭାପତି ପ୍ରଫେସର ଜି ଡି ଶର୍ମା, ବିନୋଦ କୁମାର ଗୌର, ଆୟୋଜନ କମିଟିର ଯୁଗ୍ମ ସ˚ପାଦକ ଡ. ବ˚ଶୀଧର ମୂଳିଆ ଓ ଡ. ବିଶ୍ବବନ୍ଦିତା କର ପ୍ରମୁଖ ଉପସ୍ଥିତ ଥିଲେ। ‘ହ୍ୟୁମାନ ଫ୍ୟୁଚର ଇନ ଡିଜିଟାଲ ଏରା’ ଶୀର୍ଷକ ବିଷୟବସ୍ତୁକୁ ନେଇ ଚଳିତବର୍ଷର ସମାଜ ବିଜ୍ଞାନ କ˚ଗ୍ରେସ ଅନୁଷ୍ଠିତ ହେଉଛି। ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ˚ଗ୍ରେସରେ ୫ ଶହରୁ ଅଧିକ ପ୍ରତିନିଧି ଯୋଗଦେଇଛନ୍ତି। ବିଭିନ୍ନ ଦିବସରେ ୪୦୦ରୁ ଅଧିକ ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରାଯିବ।
ଭାରତୀୟ ସମାଜ ବିଜ୍ଞାନ କ˚ଗ୍ରେସ ଉଦ୍ଘାଟିତ: ସମାଜ ବିଜ୍ଞାନରେ ବୈଜ୍ଞାନିକ ଦୃଷ୍ଟିକୋଣ ରହୁ
/sambad/media/post_attachments/wp-content/uploads/2018/12/Untitled-16-25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)