ରାଉରକେଲା: ଭାରତୀୟ ପୁରୁଷ ହକି ଦଳ ଘରୋଇ ପଡ଼ିଆରେ ବିଜୟ ସହ ପ୍ରୋଲିଗ୍ ହକି ଅଭିଯାନ ଶେଷ କରିଛି। ରବିବାର ଶେଷ ମ୍ୟାଚ୍ରେ ଭାରତ ୪-୦ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଏହାସହ ପ୍ରୋଲିଗ୍ରେ ଓଡ଼ିଶା  ଖେଳିଥିବା ୮ଟି ମ୍ୟାଚ୍‌ରୁ ୫ଟି ମ୍ୟାଚ୍‌କୁ ଜିତିନେଇ ୧୫ ପଏଣ୍ଟ୍ ସହ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଭାରତର ମନପ୍ରୀତ ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
Advertisment
publive-image
ଭାରତ-ଆୟର୍ଲାଣ୍ଡ୍ ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ମ୍ୟାଚ୍ର ପ୍ରଥମ ମିନିଟରୁ ଭାରତୀୟ ଦଳ ଆକ୍ରମଣାତ୍ମକ କୌଶଳ ଆପଣେଇଥିଲେ। ପ୍ରଥମ କ୍ବାର୍ଟରର୍ର ଶେଷ ୫ ମିନିଟ୍ରେ ଆକ୍ରମଣକୁ ବ୍ୟାପକ କରିଥିଲା। ଫଳରେ ଏହାର ସୁଫଳ ବି ମିଳିଥିଲା। ମ୍ୟାଚ୍ର ୧୪ତମ ମିନିଟ୍ରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲା। ଏହାକୁ ଏକ ସୁନ୍ଦର ଗୋଲ୍ରେ ପରିଣତକରି ନୀଳକାନ୍ତ ଶର୍ମା ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ଏହାର ଗୋଟିଏ ମିନିଟ୍ ପରେ ଆକାଶଦୀପ ସିଂହ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ ଦେଇ ଦଳକୁ ୨-୦ରେ ପହଞ୍ଚାଇଥିଲେ। ପ୍ରଥମ କ୍ବାର୍ଟର୍ରେ ଆଧିପତ୍ୟ ବିସ୍ତାର କରିଥିବା ଭାରତୀୟ ଖେଳାଳି ସମାନ ଶୈଳୀ ଆପଣେଇ ମ୍ୟାଚ୍ସାରା ଦବଦବା ଜାରି ରଖିଥିଲେ। ମ୍ୟାଚ୍ର ୩୮ତମ ମିନିଟ୍ରେ ଗୁର୍ଜନ୍ତ ସିଂହଙ୍କ ଫିଲ୍ଡ ଗୋଲ୍ ଓ ଶେଷ ମିନିଟ୍ରେ  ଯୁଗରାଜ ସିଂହ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ୪-୦ ଗୋଲ୍‌ରେ ମ୍ୟାଚ୍ ଶେଷ କରିଥିଲେ। ଆୟର୍ଲାଣ୍ଡ୍ ୪ଟି ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲେ ମଧ୍ୟ ଗୋଲ୍ ଦେବାରେ ବିଫଳ ହେବାରୁ ଶୋଚନୀୟ ପରାଜୟ ଭୋଗିଛି।