ପୁରୁଣା ଭୁବନେଶ୍ୱର: ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ଓ ଝିଅ ସ୍ବାତୀ କୋବିନ୍ଦ ଆଜି ଅପରାହ୍ଣରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଅପରାହ୍ଣ ପ୍ରାୟ ୨ଟା ୫୦ରେ ସେମାନେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସିଥିଲେ। ପ୍ରଥମେ ସିଦ୍ଧି ବିନାୟକଙ୍କ ଦର୍ଶନ ପରେ ଶ୍ରୀଜିଉଙ୍କୁ ଜଳଲାଗି କରିଥିଲେ। ପରେ ମା’ ପାର୍ବତୀ ଓ ମା’ ଭୁବନେଶ୍ୱରୀଙ୍କୁ ପୂଜାର୍ଚନା କରି ଅପରାହ୍ଣ ସାଢ଼େ ୩ଟାରେ ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ଦିରରୁ ବାହାରିବା ବେଳେ ଅପେକ୍ଷାରତ ଭକ୍ତଙ୍କୁ ଶ୍ରୀମତୀ କୋବିନ୍ଦ କହିଥିଲେ, ‘ମୋ ଯୋଗୁଁ ଆପଣଙ୍କୁ ବାହାରେ ଅପେକ୍ଷା କରିବାକୁ ପଡ଼ିଥିବାରୁ ମୁଁ ଦୁଃଖିତ। ସେବାୟତ କମଳାକାନ୍ତ ବଡ଼ୁ ପୂଜା କରାଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ଶ୍ରୀମତୀ କୋବିନ୍ଦଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।
ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଦେଶର ପ୍ରଥମ ମହିଳା
/sambad/media/post_attachments/wp-content/uploads/2019/12/dfh54f5h4fh54fh54fh564fs6h5s4hsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)