ଭୁବନେଶ୍ୱରେ : ଇନ୍ଦ୍ରଧନୁ ମାର୍କେଟରେ ଥିବା ଦୋକାନଗୁଡ଼ିକୁ ଉଚ୍ଛେଦ ନେଇ ଗତ ଗୁରୁବାର ବିଏମ୍ସି ଓ ବିଡିଏ ପକ୍ଷରୁ ଘୋଷଣା କରାଯିବା ପରେ ଏନେଇ ଦୋକାନୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଚ୍ଛେଦକୁ ପ୍ରତିବାଦ କରି କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଭାପତି ଅଞ୍ଜନ ନାଥଙ୍କ ନେତୃତ୍ୱରେ ଶତାଧିକ କ୍ଷୁଦ୍ର ବ୍ୟବସାୟୀ ଏକ ଶୋଭାଯାତ୍ରା କରି ଏହାର ପ୍ରତିବାଦ କରିଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ ପାଇଁ କିଛି ଦିନ ତଳେ ବିଡିଏ ଓ ବିଏମ୍ସି ମିଳିତ ପ୍ରତିଶ୍ରୁତି ଦେଇଥିଲେ। ହେଲେ ହଠାତ୍ ଆଇଡି ମାର୍କେଟ୍ରୁ କ୍ଷୁଦ୍ର ବ୍ୟବସାୟୀଙ୍କୁ ଉଚ୍ଛେଦ ପାଇଁ ଯେଉଁ ଷଡ଼ଯନ୍ତ୍ର କରାଯାଉଛି, ତାହା ସଫଳ ହେବାକୁ ଦିଆଯିବ ନାହିଁ। ଉଚ୍ଛେଦ ଆଦେଶକୁ ପ୍ରତ୍ୟାହାର କରା ନଗଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଇନ୍ଦ୍ରଧନୁ ମାର୍କେଟ କ୍ଷୁଦ୍ର ବ୍ୟବସାୟୀ ସଂଘର ବିକ୍ଷୋଭ
/sambad/media/post_attachments/wp-content/uploads/2018/02/vendor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)