‘ଆଇଏନ୍‌ଏଫ୍‌ଆଇଡି’ର ବାର୍ଷିକୋତ୍ସବ

ଭୁବନେଶ୍ବର: ଫେସନ ଡିଜାଇନିଂ ଓ ଇଣ୍ଟେରିୟର ଡିଜାଇନିଂ ଅନୁଷ୍ଠାନ ‘ଆଇଏନ୍‌ଏଫ୍‌ଆଇଡି’ର ପ୍ରଥମ ବାର୍ଷିକୋତ୍ସବ ବୁଧବାର ହୋଟେଲ୍‌ ପଦ୍ମଜାଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଫେସନ୍‌ ଡିଜାଇନିଂର ଛାତ୍ରଛାତ୍ରୀମାନେ ନିଜର ଡିଜାଇନିଂ ପୋଷାକ ଓ ଇଣ୍ଟେରିୟର୍‌ ଡିଜାଇନିଂର ଛାତ୍ରଛାତ୍ରୀମାନେ ସେମାନଙ୍କ ଦ୍ବାରା ଡିଜାଇନ୍‌ କରାଯାଇଥିବା ସାମଗ୍ରୀ ପ୍ରଦର୍ଶିତ କରିଥିଲେ। ଉତ୍ସବରେ ବରିଷ୍ଠ ଆର୍କିଟେକ୍ଟ ପ୍ରଫେସର ଏସ୍‌.ଏସ୍‌ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ବରିଷ୍ଠ ଅଧିକାରୀ ଅନିମେଶ ବିଶ୍ବାଳ ଯୋଗ ଦେଇଥିଲେ। ଏହି ଅବସରରେ ୯ରୁ ୧୨ବର୍ଷ ବୟସର ଶିଶୁମାନେ ଡିଜାଇନର୍‌ ପୋଷାକ ପିନ୍ଧି ରୢାମ୍ପ ୱାକ୍‌ କରିଥିଲେ।

ସମ୍ବନ୍ଧିତ ଖବର