ନବୀନ ନିବାସ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଯୋଜନାର ସୁଫଳ ନ ପାଇବା ପ୍ରତିବାଦରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ଜଣକ ହେଲେ ସୁଶୀଲ କୁମାର ଚକ୍ର। ଘର କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଗଡ଼ବାନ୍ଧଗୋଡ଼ା ଗାଁରେ। ସୁଶୀଲ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ସେଠାରେ ଉପସ୍ଥିତ ପୁଲିସ ତାଙ୍କୁ ଏଥିରେ ନିବୃତ୍ତ କରିଥିଲେ।

ସମ୍ବନ୍ଧିତ ଖବର