ବାଲିପାଟଣା, ବାଲିପାଟଣା ବ୍ଲକ ଅନ୍ତର୍ଗତ ଅଚ୍ୟୁତପୁର ଠାରେ ଆଜି ଏକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅର୍ଥ ଓ ଅବକାରୀ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶଶିଭୂଷଣ ବେହେରା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାସ୍ତାଟିର ଶିଳାନ୍ୟାସ କରିଥିଲେ।ଅଚ୍ୟୁତପୁରଠାରୁ ଚିତଲପୁର ଭାୟା ମୁକୁନ୍ଦାଶପୁର ଏହି ୬କି.ମି ରାସ୍ତା ନିର୍ମାଣ ପାଇଁ ୬୬ଲକ୍ଷ୧୭ହଜାର ଟଙ୍କା ବ୍ୟୟବରାଦ କରାଯାଇଥିବା ଜଣାପଡ଼ିଛି।ସ୍ଥାନୀୟ ୩ଟି ପଞ୍ଚାୟତର ହଜାରହଜାର ଜନସାଧାରଣ ଦୀର୍ଘଦିନ ଧରି ରାସ୍ତାଟି ପାଇଁ ଦାବି କରି ଆସୁଥିଲେ।ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁମିତ୍ରା ରାଉତରାୟ,ଜିଲ୍ଲାପରିଷଦ ଶଶିଭୂଷଣ ପାତ୍ର,ରାଜସ ସରପଞ୍ଚ ବାସୁଦେବ ପାଳଙ୍କ ସମେତ ବହୁ ନେତା, କର୍ମି ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ଶିଳାନ୍ୟାସ
/sambad/media/post_attachments/wp-content/uploads/2018/01/balipatana-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)