ଭୁବନେଶ୍ୱର: ନେଉଳ ଆକ୍ରମଣରେ ଶିକାର ହୋଇ ଗୁରୁତର ଆହତ ହୋଇଥିବା ଏକ ନାଗର ଆଜି ସଫଳ ଅସ୍ତ୍ରୋପଚାର ଓୟୁଏଟି ପରିସରରେ ହୋଇଛି। ବମିଖାଲ କେନାଲରୋଡ୍ ଅଞ୍ଚଳରେ ଏହି ସାପଟି ନେଉଳ ଦ୍ୱାରା ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲା। ସ୍ଥାନୀୟ ଜଣେ ବ୍ୟକ୍ତି ସାପଟିକୁ ଏକ କତା ଦଉଡ଼ିରେ ବାନ୍ଧି ରଖିଥିଲେ। ସ୍ନେକ ହେଲ୍ପ ଲାଇନର ଶୁଭେନ୍ଦୁ ମଲ୍ଲିକ ଏସମ୍ପର୍କରେ ଖବର ପାଇ ସାପଟିକୁ ଉଦ୍ଧାର କରି ଓୟୁଏଟି ଆଣିଥିଲେ। ସେଠାରେ ଏକ ଘଣ୍ଟା କାଳ ଭେଟନାରି ସର୍ଜରି ବିଭାଗର ଡାକ୍ତର ବିଶ୍ୱଜିତ୍ ଜେନା ଅସ୍ତ୍ରୋପଚାର କରି ସାପଟିକୁ ସୁସ୍ଥ କରିଥିଲେ। ଡାକ୍ତର ଜେନାଙ୍କ କହିବାନୁଯାୟୀ, ନାଗଟିର ଶରୀରର ଭିତର ଅଂଶ ନେଉଳ ଆକ୍ରମଣରେ ବାହାରକୁ ବାହାରି ଆସିଥିଲା। ଅସ୍ତ୍ରପ୍ରଚାର ପରେ ଏହାକୁ ଠିକ କରାଯାଇଛି। ବର୍ତମାନ ଆହତ ନାଗଟିକୁୁ ଅବଜରଭେସନରେ ରଖା ଯାଇଛି। ସାପଟି ବିପଦମୁକ୍ତ ଅଛି।
ଆହତ ନାଗର ସଫଳ ଅସ୍ତ୍ରୋପଚାର
/sambad/media/post_attachments/wp-content/uploads/2017/11/ritendra-snake.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)