ଭୁବନେଶ୍ବର : ଝାରପଡ଼ା ଜେଲରେ ଥିବା ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେଲେ ହୋଟେଲ ସୋଲାନ ଇନର ମାଲିକ କମଳାକାନ୍ତ ଦାସ । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଖାରବେଳ ନଗର ପୁଲିସ ଗିରଫ କରିଥିଲା ।
ମୃତକଙ୍କ ପୁଅ କୌଶିକ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ବାପାଙ୍କର ଏକାଧିକ ରୋଗ ରହିଥିଲା । ଲିଭର ଏବଂ କିଡନୀ ରୋଗରେ ସେ ପୀଡ଼ିତ ଥିଲେ । ତଥାପି ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲା ନାହିଁ। ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ସେ ଔଷଧ ଖାଇ ବଞ୍ଚୁଥିଲେ। ହେଲେ ଜେଲ ଯିବାପରେ ମେଡିସିନ ଦେବାକୁ ଜେଲ କର୍ତ୍ତୃପକ୍ଷ ମନାକରିଥିଲେ । ତଦନ୍ତ କରି ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୌଶିକ ଦାବି କରିଛନ୍ତି ।
ସେହିପରି ମୃତକଙ୍କ ଓକିଲ ରଘୁନାଥ ଦାସ କହିଛନ୍ତି ଯେ ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜଣେ ଲୋକର ଜୀବନ ଚାଲିଗଲା। ତେଣୁ ଆମେ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହେବୁ ଓ କ୍ଷତିପୂରଣ ଦାବିକରିବୁ । ଝାରପଡା ଜେଲରେ ଜେଲର ମନମାନି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/jharpada.jpg)