ଭୁବନେଶ୍ୱର : ଇନରହ୍ଵିଲ୍ କ୍ଲବ୍ ଭୁବନେଶ୍ୱର ମେଟ୍ରୋଙ୍କ ଆନୁକୂଲ୍ୟରେ ‘ଉଜ୍ୱଳ ଭବିଷ୍ୟତ ଏବଂ ଉନ୍ନତ ଜୀବନ ଶୀର୍ଷକ’ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇନରହ୍ଵିଲ୍ ଜିଲ୍ଲା ୩୨୬ର ଅଧ୍ୟକ୍ଷା ଜୟଶ୍ରୀ ଭଟ୍ଟାଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଇନଜୀବୀ ମୃଣାଳିନୀ ପାଢ଼ୀ ମୁଖ୍ୟବକ୍ତା ଏବଂ ଇଂରାଜୀ ଭାଷା ବିଶାରଦ ସୁଜିତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଇନରହ୍ଵିଲ୍ ମେଟ୍ରୋ ପ୍ରେସିଡେଣ୍ଟ୍ ରୂପଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଲୋଚନାର ଅଧ୍ୟକ୍ଷା ରାଜଲକ୍ଷ୍ମୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିିଥିଲେ।
ଇନର୍ହ୍ଵିଲ୍ କ୍ଲବ୍ର ଆଲୋଚନାଚକ୍ର
/sambad/media/post_attachments/wp-content/uploads/2018/02/inner-wheel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)