ପ୍ରେରଣା ଉତ୍ସବ: ଭବାନୀ ପଟ୍ଟନାୟକଙ୍କ ଦେଶପ୍ରେମର ପଟାନ୍ତର ନାହିଁ

ଭୁବନେଶ୍ବର: ‘ଭବାନୀ ପଟ୍ଟନାୟକ ଫାଉଣ୍ଡେସନ’ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ୧୦୧ତମ ଜୟନ୍ତୀକୁ ଆଜି ‘ପ୍ରେରଣା ଦିବସ’ ଭାବେ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ବର ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରେ ‘ଦେଶ ପ୍ରେମ ପାଇଁ ପ୍ରେରଣା’ ଶୀର୍ଷକରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏଥିରେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଶଂଗ୍ରହଣ କରିଥିଲେ। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପିଲାମାନଙ୍କ ସହ ବସି ଚିତ୍ର ଆଙ୍କିଥିଲେ। ଅନ୍ୟ ଅତିଥିମାନେ ଭବାନୀ ପଟ୍ଟନାୟକଙ୍କ ଦେଶପ୍ରେମର ପଟାନ୍ତର ନାହିଁ ବୋଲି କହିବା ସହ ତାଙ୍କ ଉଦାହରଣ ଦେଇ ପିଲାମାନଙ୍କୁ ଚିତ୍ର ଆଙ୍କିବା ପାଇଁ ଉତ୍ସାହିତ କରିଥିଲେ। ଏମାନଙ୍କୁ ମଧ୍ୟରୁ ୨୦ଟି ‌ଶ୍ରେଷ୍ଠ ଚିତ୍ରକଳାକୁ ବଛାଯାଇ ଚିତ୍ରକରମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମେତ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଅରୁନ୍ଧତୀ ଦେବୀ, ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, ପରିବେଶବିତ୍‌ ସୁଦର୍ଶନ ଦାସ, ଭାଷ୍କର୍ଯ୍ୟ ଶିଳ୍ପୀ ପ୍ରଭାକର ମହାରଣା, ଭାଷାବିଜ୍ଞାନୀ ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଭବାନୀ ଚରଣ ପଟ୍ଟନାୟକ ଫାଉଣ୍ଡେସନ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନମାନେ ପରିଚାଳନା କରିଥିଲେ।

ଭାରତ-ପାକିସ୍ତାନ ଯୁଦ୍ଧର ଚିତ୍ର ଆଙ୍କିଲେ ମନ୍ତ୍ରୀ

‘ପ୍ରେରଣା ଉତ୍ସବ’ ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା ପିଲାମାନଙ୍କ ସହ ବସି ଚିତ୍ର ଆଙ୍କିଥିଲେ। ଭାରତ ଓ ପାକିସ୍ତାନ ଯୁଦ୍ଧର ଚିତ୍ର ଆଙ୍କି ପିଲାମାନଙ୍କୁ ମନ୍ତ୍ରୀ ଯୁଦ୍ଧ ବିଷୟରେ ବୁଝାଇଥିଲେ। ସେହିଭଳି ରାଜନୀତି କେମିତି କ‌ରିବୁ ବୋଲି ପିଲାଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଥି‌ଲେ ଯେ ଭଲ ପାଠ ପଢ଼, ଲୋକଙ୍କ ସେବା କରିବା ପାଇଁ ମନ ଭିତରେ ଇଚ୍ଛା ରଖ ତେବେ ଯାଇ ଭଲ ରାଜନୀତି କରିପାରିବ ଏବଂ ରାଜନେତା ହୋଇପାରିବ। ଏଥିସହ ଉପସ୍ଥିତ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଚିତ୍ରାଙ୍କନରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର