ଭୁବନେଶ୍ୱର: ସ୍ଥାନୀୟ ରୋଟାରି କ୍ଲବ୍ ‘ଆଞ୍ଜେଲା’ର ତୃତୀୟ ଅଧିଷ୍ଠାନ ଉତ୍ସବ ରୋଟାରି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ଚୁମ୍କୀ ଘୋଷାଲ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଡିଷ୍ଟ୍ରିକ୍ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ମୁଖ୍ୟବକ୍ତା ଆଶୁତୋଷ ରଥ ଓ ସମ୍ମାନିତ ଅତିଥି ପ୍ରତିଭା ମହାପାତ୍ର ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା ଓ ସ୍ବାବଲମ୍ବୀ ହେବା ଦିଗରେ ସମାଜସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ। ପୂର୍ବତନ ସଭାପତି ଶ୍ରୀମତୀ ଘୋଷାଲ ବିଗତ ବର୍ଷର କାର୍ଯ୍ୟ ବିବରଣୀ ଉପସ୍ଥାପିତ କରିଥିଲେ।
ଏହି ଅବସରରେ ୨୦୨୩-୨୪ ବର୍ଷ ପାଇଁ ରୋଟାରି ଆଞ୍ଜେଲାର ନୂଆ ସଭାପତି ଭାବେ ଶିକ୍ଷାବିତ ତଥା ସମାଜସେବୀ ଅମୀୟବାଳା ପରିଡ଼ା ଓ ସମ୍ପାଦିକା ଭାବେ ତୃପ୍ତିରେଖା ଭଞ୍ଜଦେଓ ଦାୟିତ୍ୱ ଗ୍ରହଣ କରିଥିଲେ। ସେହିଭଳି ଚଳିତବର୍ଷର ନିର୍ଦ୍ଦେଶକ ମଣ୍ଡଳୀ ପାଇଁ ସବିତା ମହାନ୍ତି, ମମତା ବାଜପେୟୀ, ସୁରଭି ଦାସ, ପ୍ରଜ୍ଞା ମଧୁମିତା, ସସ୍ମିତା ମହାନ୍ତି, ସୁମିତ୍ରା ମିଶ୍ର, ଅମିତା ମିଶ୍ର ତଥା ଅର୍ପିତା ମହାନ୍ତି ପ୍ରମୁଖ ମନୋନୀତ ହୋଇଥିଲେ। ଏହାସହ ବିଶିଷ୍ଟ ସମାଜସେବୀ ଇପ୍ସିତା ସାହୁ, ପ୍ରଜ୍ଞା ପ୍ରରମିତା, ସୁଜାତା ସାହୁ, କଳ୍ପନା ତ୍ରିପାଠୀ ଓ ବନସ୍ମିତା ଦାସ ପ୍ରମୁଖ ୫ଜଣ ନୂଆ ସଦସ୍ୟ ଶପଥ ଗ୍ରହଣ କରିଥିଲେ। କ୍ଲବ୍ର ପତ୍ରିକା ‘ଆସ୍ଥା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କଣ୍ଠଶିଳ୍ପୀ ବବିରାଜ ସଙ୍ଗୀତ ପରିବେଷଣ କରିଥିଲେ।